ପ୍ରବାସୀ ଫେରନ୍ତା ଓଡ଼ିଆଙ୍କ ବସ କଳିଙ୍ଗା ଘାଟିରେ ଦୁର୍ଘଟଣା : ୨ ଜଣମୃତ

0
568

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ)ଗୁଜୁରାଟ ସୁରତ ରୁ ପ୍ରବାସୀ ଓଡ଼ିଆ ମାନକୁ ନେଇ ଫେରୁଥିବା ଶ୍ରୀ ପଟେଲ ବସ ଓ ଗାଡି ନମ୍ବର GJ18X2693 । ଗଞ୍ଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିର ଅନ୍ଧାରକୋଟି ନିକଟରେ ଓଲଟି ପଡିଛି। ଘଟଣା ସ୍ଥଳରେ ଉଭୟ ଜି. ଉଦୟଗିରି ଓ ଭଞ୍ଜନଗର ପୋଲିସ ବାହିନୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ। ମିଳିଥିବା ସୂଚନା ଅନୁସାରେ ବସ ରେ ପାଖାପାଖି ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବା ବେଳେ ୪ଜଣ ମହିଳା ଓ ୨ ଜଣ ଶିଶୁ ରହି ଥିବା ଜଣାପଡିଛି। ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ୍ୟୁବରଣ କରିଥିବା ବ୍ୟକ୍ତି ୨ ଜଣ ହେଉଛନ୍ତି ବୁଗୁଡା ଅଂଚଳର ଚିତ୍ତରଞ୍ଜନ ସେଠୀ ଓ ଅନ୍ୟ ଜଣେ ହେଲେ ସନ୍ତୋଷ ସେଠୀ । ମିଳିଥିବା ସୂଚନା ଅନୁଯାୟୀ ଡ୍ରାଇଭର ଜଣଙ୍କ ଘାଟି ରାସ୍ତାରେ ଅଜ୍ଞାନତ ଥିବାରୁ ଓ କଳିଙ୍ଗା ଘାଟି ବିଷୟରେ ଜାଣିନଥିବା ରୁ ଘାଟି ରେ ଥିବା ଏକ ପିଲରରେ ବାଡେଇ ହୋଇଯାଇଥିଲା। ଫଳରେ ଡ୍ରାଇଭର ଜଣଙ୍କ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ବସ ଟି ଦୁର୍ଘଟଣା ଘଟିଥିଲା। ତେବେ ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ବସ କରାଯାଇ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବାର୍ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here