ଓଡ଼ିଆ ସରକାରୀ ସ୍କୁଲ ଗୁଡିକର ପୁନଃରୁଦ୍ଧାର ପାଇଁ ପୂଜ୍ୟ ପୂଜା ସମିତିର ଆହ୍ୱାନ ସହ ଉତ୍କଳ ଦିବସ ପାଳନ

0
106

ବ୍ରହ୍ମପୁର: ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଗାନ୍ଧିନଗର ଛକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିଠାରେ ଉତ୍କଳ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଓଡ଼ିଆ ବରପୁତ୍ରଙ୍କ ସଂଗ୍ରାମମୟ ଇତିହାସକୁ ମନେପକାଇ ଉକ୍ତ ସ୍ଥାନରେ ଏକ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ଭାଷା ଭିତ୍ତିକ ରାଜ୍ୟ ଓଡିଶାରେ ଆଜି ଓଡ଼ିଆ ସରକାରୀ ସ୍କୁଲ ଗୁଡିକୁ ପୁନଃରୁଦ୍ଧାର ପାଇଁ ଦାବୀ କରିଛି ପୂଜ୍ୟ ପୂଜା ସମିତି l ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଠୁ ଆରମ୍ଭ କରି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି ଆଦି ଓଡ଼ିଆ ବରପୁତ୍ର ମାନଙ୍କ ବଳିଷ୍ଠ ଅବଦାନ ଫଳରେ ପାଇଥିବା ସ୍ୱାଧୀନତା ମୁଷ୍ଟିମୟ କିଛି ବ୍ୟବସାୟୀ ଓ ମାଫିଆଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି l ଆଜି ଓଡିଶାର ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡିଛି l ସରକାରୀ ଓଡ଼ିଆ ସ୍କୁଲ ଗୁଡିକରେ ଆବଶ୍ୟକ ଶିକ୍ଷକଙ୍କ ଅଭାବ ସହ ଗୁଣାତ୍ମକ ଓ ପ୍ରତିଯୋଗିତା ମୂଳକ ଶିକ୍ଷା ପ୍ରଦାନରେ ଘୋର ଅବହେଳା କରାଯାଉଛି l ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ସରକାରୀ ଓଡ଼ିଆ ସ୍କୁଲ ବନ୍ଦ ହେଉଛି l ଛାତ୍ରଛାତ୍ରୀଙ୍କ ଉପସ୍ଥାନ କାହିଁକି ସରକାରୀ ସ୍କୁଲରେ କମୁଛି, ଏଥିରେ ରାଜ୍ୟ ସରକାର ସମୀକ୍ଷା ନ କରି ଘରୋଇ ସ୍କୁଲ ଗୁଡିକୁ ପ୍ରୋଛାହନ ଦେଇ ଏକ ରକମ ଶିକ୍ଷାକୁ ବଜାର ଦ୍ରବ୍ୟ ଭାବେ କିଣାବିକାର ସାମଗ୍ରୀ କରିଛନ୍ତି l ଅନ୍ୟ ପକ୍ଷରେ ଆଜିର ଦିନରେ ଉତ୍କଳ ଦିବସ ପାଳନ ନାଁ ରେ ସଭା ସମିତି, ଶୋଭାଯାତ୍ରା କରି ଭାଷଣ ସର୍ବସ୍ବ କରିସାରିଛନ୍ତି l ସରକାରୀ ଓଡ଼ିଆ ସ୍କୁଲ ଗୁଡିକରେ ଉତ୍ତମ ଗୁଣାତ୍ମକ ପ୍ରତିଯୋଗିତାମୂଳକ ଶିକ୍ଷା ପ୍ରଦାନ କଲେ ଓଡ଼ିଆ ଭାଷା ବଂଚିବ ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଆଜିର ସଭାରେ ଆଇନଜୀବୀ ଅବନୀ ଗୟା ଅଧ୍ୟକ୍ଷତା କରିଥିଲା ବେଳେ ଡା. ନକୁଳ ସାହୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆର୍ଯ୍ୟଭଟ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ରାଉତ, ଚାଷୀ ମୁଲିଆ ସଂଘର ଜିଲ୍ଲା ସଭାପତି ନିରାକାର ନାୟକ, ବରିଷ୍ଠ ସାମ୍ବାଦିକ ରବି ରଥ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ଅଜିତ କୁମାର ନାହାକ, ସାଲ୍ଲା କେଶବ ଲିଙ୍ଗମ,ସବିତା ସାହୁକାର,ଜୟକୃଷ୍ଣ ନାୟକ, କାହ୍ନୁ ଚରଣ ପାତ୍ର, ପଙ୍କଜ କୁମାର ନାୟକ, ବିରେନ କୁମାର ବେହେରା, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଭାସ୍କର ଚନ୍ଦ୍ର ସାହୁ,ସୁରେନ୍ଦ୍ର ନାଥ ପଣ୍ଡା,ଋତୁପୁର୍ଣ ପ୍ରଧାନ, ଅଶୋକ ଦଳାଇ, ରଂଜିତ କୁମାର ସାମନ୍ତରାୟ,ବାସୁଦେବ ସାହୁକାର,ଜଗନ୍ନାଥ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here