ସାନ ବରଗାଁ ମାଆ ଓ ଝିଅଙ୍କ ଶବ ଉଦ୍ଧାର ଘଟଣା, ସ୍ବାମୀ ଗିରଫ

0
134

ପୋଲସରା :ପୋଲସରା ପୋଲିସ ଥାନା ଅନ୍ତର୍ଗତ ନିମିନା ପଞ୍ଚାୟତର ସାନ ବରଗାଁ ଗ୍ରାମର ବାଲିହତା ସାହିରେ ଗୋଟିଏ ଘରୁ ମାଆ ମାଣିକ ଗୈାଡ ଓ ଦୁଇ ବର୍ଷର ଝିଅ ଗେଲିଙ୍କ ଶବ ଗତ ୭ ତାରିଖ ଦିନ ପୋଲସରା ପୋଲିସ ଉଦ୍ଧାର ଉଦ୍ଧାର କରିଥିଲେ। ଗତକାଲି ବ୍ରହ୍ମପୁର ମେଡିକାଲ ଏଫଏମଟି ବିଭାଗରେ ଶବ ବ୍ୟବଚ୍ଛଦ କରାଯାଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡିଛିଯେ ଶ୍ୱାସରୁଦ୍ଧ ଯୋଗୁଁ ଉଭୟ ମାଆ ଓ ଝିଅ ଙ୍କ ମୃତ୍ୟୁ ଘଟିଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହୋଇଛି, ତାହା ପୋଲିସ ତଦନ୍ତ ପରେ ସ୍ୱଷ୍ଟ ହେବ। ଗତକାଲି ସାଇଣ୍ଟିଫିକ୍ ଟିମ୍ ପୁଣିଥରେ ଉକ୍ତ ଘଟଣା ଘଟିଥିବା ଘରେ ପହଞ୍ଚି ବିଭିନ୍ନ ଦିଗରୁ ପ୍ରମାଣ ସଂଗ୍ରହ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ମୃତ ମାଣିକର ମାଆ ଭାସି ଗୈାଡ ଘଟଣା ଦିନ ହିଁ ତାଙ୍କ ଝିଅ ଓ ନାତୁଣୀକୁ ହତ୍ୟା କରାଯାଇଥିବା ଦାବି କରିଥିଲେ। ଅଭିଯୋଗ କୁ ଆଧାର କରି ପୋଲିସ ପକ୍ଷରୁ ୧୬୬/୨୪ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ। ମାର୍ଚ୍ଚ ୯ ତାରିଖ ଦିନ ପୋଲସରା ପୋଲିସ ମୃତ ମାଣିକର ସ୍ବାମୀ ଭିକାରୀ ଗୈାଡକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲସରା ଥାନା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here