ମୁଁ ବଞ୍ଚିବାକୁ ଚାହେଁ ; ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ବିନୋଦଙ୍କ ଆକୁଳ ନିବେଦନ….

0
1671

ଗଞ୍ଜାମ,୦୭/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାରେ ବିନୋଦ କାହାପାଇଁ ଅଜଣା ନୁହନ୍ତି। ସମସ୍ତଙ୍କର ପ୍ରିୟପାତ୍ର ବିନୋଦଙ୍କ ଅବସ୍ଥା ଏବେ କିନ୍ତୁ ଗୁରୁତର l ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତର ଦେଉଳିଆପଡା ଗ୍ରାମର ବିନୋଦ ଡାକୁଆ l ଏକ ବର୍ଷ ପୂର୍ବେ ସେଲୁନରେ କାମ କରୁକରୁ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ବ୍ରହ୍ମପୁରରେ ଚିକିତ୍ସା ପରେ ଜଣାପଡ଼ିଲା ସେ ବ୍ରେନ ଟ୍ୟୁମର ଭଳି ରୋଗରେ ଶିକାର l ଚିନ୍ତାରେ ପଡିଗଲେ ବିନୋଦଙ୍କ ପରିବାର ବର୍ଗ। ବ୍ରହ୍ମପୁରରେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ପାଇଁ ପ୍ରଥମେ ବିଶାଖାପାଟଣା ପୁଣି ସେଠାରୁ କଟକ ଯାଇଥିଲେ ବିନୋଦ l ସ୍ୱାସ୍ଥ୍ୟ କାର୍ଡରେ ନାମ ଭୁଲ ଥିବା ଯୋଗୁଁ ଅଚଳ ହେଲା ସ୍ୱାସ୍ଥ୍ୟବୀମା କାର୍ଡ। ଫଳରେ ହାତରୁ ଟଙ୍କା ଦେଇ ଚିକିତ୍ସା ହେବାକୁ ବାଧ୍ୟ ହେଲେ l ଘରେ ଭିନ୍ନକ୍ଷମ ବୁଢ଼ା ବାପା, ମା, ପତ୍ନୀ ଓ ଦୁଇ ଝିଅ l ବିନୋଦଙ୍କ ଦୁଇ ଭାଇ ବର୍ତ୍ତମାନ ବେଗୁନିଆପଡା ବଜାରରେ ସେଲୁନ୍ ଚଳାଇ ଯାହା ରୋଜଗାର କରୁଛନ୍ତି ସେଥିରେ ୧୧ପ୍ରାଣୀ ବିଶିଷ୍ଟ କୁଟୁମ୍ବକୁ ପୋଷିବା ଆଉ ସାଙ୍ଗକୁ ବିନୋଦଙ୍କ ଔଷଧ ଖର୍ଚ୍ଚ l ବିନୋଦ ଏବେ ସମ୍ପୂର୍ଣ୍ଣ ଶଯ୍ୟାଶାୟି l କାହାରିକୁ ଆଉ ଚିହ୍ନି ପାରୁନାହାନ୍ତି ତେବେ କାହାକୁ ଦେଖିଲେ ଖାଲି ଆଖିରୁ ଲୁହ ଗଡ଼ାଉଛନ୍ତି ସେ l ତାଙ୍କ ପତ୍ନୀ ଓ ଭାଇ ପାଖାପାଖି ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ନୟାନ୍ତ ହୋଇସାରିଛନ୍ତି। ଏବେ ଭରସା କେବଳ ସରକାରୀ ସହାୟତା ଅଥବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟକୁ।

LEAVE A REPLY

Please enter your comment!
Please enter your name here