ଭାମଶ୍ୟାଳୀ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

0
111

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳୀ ଗ୍ରାମରେ ଭାମଶ୍ୟାଳୀ ଗ୍ରାମ ପଞ୍ଚାୟତ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ସାଇଟସେଭର ଇଣ୍ଡିଆ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମାର୍ଚ୍ଚ ୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ହିଂଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚିତ୍ରସେନ ଗୌଡ଼, ସାଗର ମହାନ୍ତି, ମେସ୍ଲୋନି ଓ ରଘୁନାଥ ଏହି ଶିବିରରେ ଯୋଗଦେଇ ୩୮ ଜଣ ରୋଗୀଙ୍କ ଚକ୍ଷୁ ପରଳ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅସ୍ତ୍ରୋପଚାର କରିବା ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସ ଯୋଗେ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସରପଞ୍ଚ, ସମିତି ମେମ୍ବର, ୱାର୍ଡ଼ ମେମ୍ବର ଓ ସାଇଟସେଭର ଇଣ୍ଡିଆ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here