ପୋଲସରା ବିଧାୟକଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନ

0
113

ବୁଗୁଡା/ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକ ଓ ପୋଲସରା ବ୍ଳକର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିବା ଜଣାପଡିଛି। ମାର୍ଚ୍ଚ ୧ ତାରିଖ ଦିନ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମର କମ୍ୟୁନିଟି ଗୃହକୁ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଠିକେ। ସେହିପରି ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଟିକରପଡ଼ା ଗ୍ରାମର କମ୍ୟୁନିଟି ଗୃହକୁ ମାନ୍ୟବର ବିଧାୟକ ଶ୍ରୀ ସାହୁ ଉଦଘାଟନ କରିବା ସହ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ସହ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ବହୁ ନେତୃ ସ୍ଥାନୀୟ ଓ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ଗତକାଲି, ଫେବୃୟାରୀ ୨୯ ତାରିଖ ଦିନ ପୋଲସରା ବ୍ଲକ୍ ଅନ୍ତର୍ଗତ ବି.ନୂଆଁପଲ୍ଲୀ ଗ୍ରାମର ଆଦର୍ଶ ଗୋଷ୍ଠୀ କେନ୍ଦ୍ରକୁ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ରତ୍ୟେକ ଗ୍ରାମରେ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ସହ ଗ୍ରାମବାସୀ ଓ ସ୍ଥାନୀୟ ଲୋକପ୍ରତିନିଧି ବୃନ୍ଦ ପାଛୋଟି ନେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here