ଅର୍ଥଶାସ୍ତ୍ର ବିଭାଗର ନୂତନ ଅଧ୍ୟାପକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
150

ବୁଗୁଡା : ବୁଗୁଡା ପିପୁଲସ କଲେଜର ଅର୍ଥଶାସ୍ତ୍ର ବିଭାଗରେ ନୂତନ ଭାବେ ମାର୍ଚ୍ଚ ୨ ତାରିଖ ଦିନ ନିଯୁକ୍ତି କରିଥିବା ଅଧ୍ୟାପକଙ୍କୁ ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ ମାର୍ଚ୍ଚ ୨ ତାରିଖ ଦିନ ହିଁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଓ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଅଧ୍ୟାପକ ଲେଫନାଣ୍ଟ ଅଜୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଣପୁର ବାସିନ୍ଦା ଶଙ୍କର ପରିଡା ଷ୍ଟେଟ ସେଲସ୍କନ ବୋର୍ଡ ଦ୍ୱାର ମନୋନୀତ ହୋଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପକ ଭାବେ ପିପୁଲସ କଲେଜରେ ନିଯୁକ୍ତି ପାଇଛନ୍ତି। ନୂତନ ଭାବେ ନିଯୁକ୍ତି ପାଇଥିବା ଅଧ୍ୟାପକ ଶ୍ରୀ ପରିଡାଙ୍କୁ କଲେଜ ପ୍ରିନ୍ସପାଲ ଶ୍ରୀ ନାୟକ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଅଧ୍ୟାପକ ଶ୍ରୀ ସାହୁ ନୂତନ ଅଧ୍ୟାପକ ଶ୍ରୀ ପରିଡାଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ବୃନ୍ଦ ନିଜ ବିଭାଗରେ ନୂତନ ଅଧ୍ୟାପକ ନିଯୁକ୍ତି ହୋଇଥିବା ଯୋଗୁଁ ଖୁସି ପ୍ରକାଶ କରି ନୂତନ ଅଧ୍ୟାପକ ଶ୍ରୀ ପରିଡାଙ୍କୁ ସମ୍ମାନ ସହ ସ୍ୱାଗତ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here