ସୁରାଟ ଯୁବକକୁ ପୋଲସରାରେ ହତ୍ଯା ଘଟଣା : ମାଷ୍ଟରମାଇଣ୍ଡ ସହ ସହଯୋଗୀ ଗିରଫ : ମାଉଜର, ୩ ଜୀବନ୍ତ ଗୁଳି ଓ ଖଣ୍ଡା ଜବତ

0
128

ପୋଲସରା : ଗତ ୨୬ ତାରିଖରେ ପୋଲସରା ସହର ବଜାର ସାହି ଛକ ନିକଟସ୍ଥ ବନ୍ଦ ଗୃହରେ ହୋଇଥିବା ହତ୍ୟାକାଣ୍ଡର ଫର୍ଦାଫାସ୍ କରିଛି ପୋଲସରା ପୋଲିସ। ମଦ ବ୍ୟବସାୟ ଓ ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରକାଶ କରିଛନ୍ତି । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୂର୍ଯ୍ୟ କୁମାର ସାହୁ ଓ ତାର ସହଯୋଗୀ ଗୌରୀ ପ୍ରାଧନକୁ ପୋଲସରା ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ ସହ ଏକ ମାଉଜର ଓ ତିନୋଟି ଜୀବନ୍ତ ଗୁଳି ଓ ଖଣ୍ଡା ଜବତ କରାଯାଇଥିବା ପୁରଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ସୂଚନା ପ୍ରଦାନ କରିଛନ୍ତି । ପୋଲିସର ସୂଚନା ପ୍ରକାରେ ମୃତ ହେମନ୍ତ ସିଂ ଗୋହିଲ୍ ସୁରାଟ ସହରରେ ବେଆଇନ ଚୋରା ମଦ ବ୍ୟବସାୟୀ କରି ଆସୁଥିଲେ । ସେ ସୁରାଟ ଏବଂ ଗଞ୍ଜାମ ଜିଲ୍ଲାରେ ବହୁ ଅପରାଧିକ ମାମଲାରେ ସଂପୃକ୍ତ ଥାଇ ନିଜର ମଦ ବ୍ୟବସାୟରେ ଲିପ୍ତ ଥିଲେ । ପୋଲସରା ମାଧପୃଷ୍ଟି ସାହିର ଉଭୟ ସୂର୍ଯ୍ୟ ସାହୁ ଓ ଗୌରୀ ପ୍ରଧାନ ମୃତ ହେମନ୍ତ ସିଂ ଗୋହିଲ୍ ସହିତ ସୁରାଟରେ ମଦ ବ୍ୟବସାୟୀ କାରବାରରେ ସାମିଲ ରହିଥିଲେ । ବ୍ୟବସାୟୀକ କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କା କାରବାର ନେଇ ବହୁଥର ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଉଭୟଙ୍କ ମଧ୍ୟରେ ଛକ୍କାପଞ୍ଜା ଲାଗି ରହିଥିଲା । ସୁରାଟରୁ ସୂର୍ଯ୍ୟ ଓ ତାର ସହଯୋଗ ଗୌରୀ ନିଜ ଗ୍ରାମ ପୋଲସରାକୁ ଆସି ଲୁଚି ରହିଥିଲେ । ତାଙ୍କ ପଛେ ପଛେ ସୁରାଟରୁ ହମନ୍ତ ସିଂ ପୋଲସରାକୁ ଆସି ଉଭୟ ସୂର୍ଯ୍ୟ ଓ ଗୌରୀକୁ ଖୋଜି ତାଙ୍କ ଘରକୁ ନଜର ରଖିଥିଲା । ଯାହାକୁ ନେଇ ପ୍ରତିଶୋଧପ୍ରଣାୟ ହୋଇ ସୂର୍ଯ୍ୟ ଓ ଗୌରୀ ହମନ୍ତ ସିଂ ଗୋହିଲ୍ କୁ ପ୍ରଥମେ ବନ୍ଧୁକ ଓ ପରେ ଏକ ଧାରୁଆ ଖଣ୍ଡା ସାହାଯ୍ୟରେ ହତ୍ୟା କରିଥିଲେ । ଏନେଇ ପୋଲସରା ଥାନାରେ କେସ୍ ନଂ୧୪୫/୨୪ ରେ ମାମଲା ରୁଜ୍ଜୁ କରାଯାଇ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୂର୍ଯ୍ୟ ଓ ଗୌରୀ କୁ ଗିରଫ କରି କୋଦଳା କୋର୍ଟ ଚାଲାଣ କରାଯାଇଥିବା ପୋଲସରା ଥାନା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here