ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ପରଲୋକ

0
114

ବ୍ରହ୍ମପୁର – ରଙ୍ଗେଇଲୁଣ୍ଡା ବ୍ଲକ୍ ଆମପୁର ଗ୍ରାମର ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ୯୬ ବର୍ଷ ବୟସରେ ନିଜ ବାସ ଭବନ ପରିସରରେ ପରଲୋକ ଘଟିଛି। ବିଗତ କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସ୍ବର୍ଗତ ମିଶ୍ର କନିଶି ଏବଂ ଏହାର ଆଖପାଖ ଅଞ୍ଚଳରେ ବରିଷ୍ଟ ପଣ୍ଡିତ ଭାବେ ବେଶ୍ ପରିଚିତ। ଆଜି ତାଙ୍କ ପରଲୋକ ସମୟରେ ୪ ପୁଅ, ୩ ବହୁ, ୨ ଝିଅ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ପୁରୀ ସ୍ଵର୍ଗଦ୍ଵାର ଠାରେ ସ୍ବର୍ଗତ ମିଶ୍ର ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଶ୍ରୀ ମିଶ୍ରଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here