ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ଏସ.ଡି.ଜି. ସାମର୍ଥ୍ୟରେ ଅନ୍ତର୍ଭୁକ୍ତ କରାଯାଉ – ବୁଦ୍ଧିଜୀବୀ ମଞ୍ଚ

0
108

ବ୍ରହ୍ମପୁର :ସମାଜର ବିକାଶ ଏବଂ କଲ୍ୟାଣ କାମରେ ଦୀର୍ଘ ବର୍ଷ ଧରି ବିନା ପାରିଶ୍ରମିକରେ ସକ୍ରିୟ କାର୍ଯ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ଏସ.ଡି.ଜି.ସ୍ଥାୟୀ ବିକାଶ ଲକ୍ଷ ମଧ୍ୟରେ ଅନ୍ତର୍ଗତ କରି ସାମର୍ଥ୍ୟ କରିବା ନିମନ୍ତେ ଅନ୍ୟୁନ ଦଶ ଲକ୍ଷ ଟଙ୍କାର ସ୍ଥାୟୀ ପାଣ୍ଠି ଏବଂ ଦଶ ଭରଣ ଲେଖାଏଁ ଜମି କୃଷି ଓ ଗୋପାଳନ କରି ଦୁର୍ବଳ ବର୍ଗର ଲୋକମାନଙ୍କୁ ସ୍ୱାବଲମ୍ବନଶୀଳ କରାଯିବI ନିତାନ୍ତ ଆବଶ୍ୟକ ବୋଲି ଆୟୋଜିତ ବିଶ୍ୱ ଏନ.ଜି.ଓ. ଦିବସ – 2024 ଶୀର୍ଷକ ଆଲୋଚନା ସଭାରେ ମତ ପ୍ରକାଶ ପାଇଛି I
ସ୍ଥାନୀୟ ହିଲପାଟଣା ମେନ ରୋଡ ସ୍ତିତ ଜି.ଏସ. ଲିଗାଲ କାର୍ଯ୍ୟାଳୟ ପରିସରରେ ସଂସାର ଅନୁଷ୍ଠାନ ତରଫରୁ ଆୟୋଜିତ ବିଶ୍ୱ ଏନ. ଜି .ଓ . ଦିବସ ପାଳିତ ହୋଇଥିଲା I ଏଥି ନିମନ୍ତେ ଆୟୋଜିତ ସଭାରେ ପ୍ରତିଷ୍ଠାତା ସମ୍ପାଦକ ତଥା ୟୁନିସେଫ ଆୱାର୍ଡ ପ୍ରାପ୍ତ ବରିଷ୍ଠ ସମାଜ ସେବୀ ରମେଶ ଚନ୍ଦ୍ର ସାହୁ ସଭାପତିତ୍ୱ କରି କହିଲେ ବିଶ୍ୱରେ ସ୍ବେଛାସେବୀ ସଂସ୍ଥା ଏବଂ ଏନ. ଜି .ଓ . ଦିବସ ପାଳନର ଅୟମାରମ୍ଭ ତଥା ଜାତିସଂଘ ଦ୍ୱାରା ସ୍ୱୀକୃତି ଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଭୂମିକା, ବିଭିନ୍ନ ସୁବିଧା ଅସୁବିଧା ଏବଂ ଅର୍ଥାଟନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ସମାଜର କଲ୍ୟାଣ ଓ ବିକାଶ ପାଇଁ ଉଚ୍ହର୍ଗିତ ଭାବେ କାର୍ଯ୍ୟ କରୁଥିବା ବିଷୟରେ ଆଲୋକପାତ କରି କହିଲେ ବିଶ୍ୱରେ ଭାରତର ଏସ .ଡି ଜି .-2030 ସୁଦ୍ଧା ସାମର୍ଥ୍ୟ ପରିପେକ୍ଷୀରେ ଅର୍ଥାଟନ ସ୍ବେଛାସେବୀ ସଂସ୍ଥା ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇ କୃଷି ଏବଂ ଗୋପାଳନ କାର୍ଯ୍ୟକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୋଛାହନ ଯୋଗାଇବା ନିତାନ୍ତ ଆବଶ୍ୟକ I
ଉକ୍ତ ଆଲୋଚନା ସଭାରେ ମୁଖ୍ୟ ଅତିଥି ବିଶ୍ୱ ଭାରତୀର ସଭାପତି ସପନ କୁମାର ପIଢି, ମୁଖ୍ୟ ବକ୍ତା କଳିଙ୍ଗ ଆଶ୍ରମର ପ୍ରତିଷ୍ଠାତା ରମେଶ ଚନ୍ଦ୍ର ପଣ୍ଡା, ସମ୍ମାନିତ ଆଲୋଚକ କଳିଙ୍ଗ ଗଣ ପରିଷଦର ସଭାପତି ସଦାଶିବ ପାଣିଗ୍ରାହୀ, ପ୍ରୋଗ୍ରେସର ସଭାପତି ବେଙ୍କଟ ବିହାରୀ ପ୍ରହରାଜ, ମିଡ଼ିଆ ହବର ସଂଯୋଜକ ବାସୁଦେବ ବିଶୋଇ, ଅବସର ପ୍ରାପ୍ତ କୃଷି ବିଭାଗ ଉପନିର୍ଦେଶକ ବିଶ୍ୱମ୍ବର ପାଣିଗ୍ରାହୀ ଯୁବ ସମାଜସେବୀ ଜୀବନ ପାତ୍ର, ସାମ୍ବାଦିକ ସୁବ୍ରତ କୁମାର ରଥ, ଆନନ୍ଦ ମାର୍ଗର ସଂଯୋଜକ ଡା: ଗୁରୁଚରଣ ପାତ୍ର, ସ୍ୱାସ୍ଥ୍ୟ ସଚେତକ ଭି .ପ୍ରସାଦ ପ୍ରମୁଖ ନିଜ ନିଜର ମତ ପ୍ରଦାନ କରିଥିଲେ I ସର୍ବ ପ୍ରଥମେ ସୁପ୍ରିମ କୋର୍ଟ ଆଇନଜୀବୀ ତଥା ଏନ .ଜି .ଓ . ପରାମର୍ଶଦାତା ଗୌରୀ ଶଙ୍କର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇ ସଂଗଠନ ଓ ସରକାରୀ ନିୟମ ସମ୍ପର୍କରେ କହିଥିଲେ ଏବଂ ଆଗାମୀ ସମୟରେ ଏନ .ଜି .ଓ ମାନଙ୍କୁ ନେଇ କର୍ମଶାଳା କରାଯିବI ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ I ଶେଷରେ ମିଡ଼ିଆ ହବର ବରିଷ୍ଠ ସାମ୍ବାଦିକ ଦୀପକ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ I

LEAVE A REPLY

Please enter your comment!
Please enter your name here