ବିଜେଡି ପକ୍ଷରୁ କରୋନା ସଚେତନତା ଅଭିଯାନ

0
288

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ସହରରେ ବ୍ଲକ ଓ ନଗର ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ କରୋନା ସଚେତନତା ଆଭିଯାନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଏହି କରୋନା ସଚେତନତା ଅଭିଯାନ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଏକ ମାସ ବ୍ୟାପି ଚାଲିବା ସହ ନଭେମ୍ବର ୨ ତାରିଖରେ ଉଦଯାପିତ ହେବ। ଏହି ଏକ ମାସ ମଧ୍ୟରେ ବିଜେଡି ପକ୍ଷରୁ ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୋଭିଡ ନିୟମ ମାନି ଚଳିବାକୁ ସଚେତନତା କରାଯିବ। ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ସମେତ ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରା, ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ(ମୁନା), ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ବ୍ଲକ କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା,ବରୁଣ ସେନାପତି, ସୁବ୍ରତ ରାଖଲ ଦାସ, କୃଷ୍ଣଚନ୍ଦ୍ର ରା, ସୁନୀଲ କୁମାର ପାଢୀ, ସନ୍ତୋଷ କୁମାର ଭୋଳ, ସୁଶାନ୍ତ କୁମାର ଆପଟ,ବସନ୍ତ ସାମଲ ପ୍ରମୁଖ ବହୁ କର୍ମକର୍ତ୍ତା ଓ ଲୋକ ପ୍ରତିନିଧିଙ୍କ ସମେତ ବହୁ ଦଳୀୟ କର୍ମୀ ଅପରାହ୍ନରେ ବୁଗୁଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ କରୋନା ସଚେତନ ଆଭିଯାନ ଆରମ୍ଭ କରି ମଦନ ମୋହନ ପାଣି ଛକ ତଥା ପୋଲସରା ରୋଡ଼ ଛକରେ ସମାପ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here