ଭାରସାମ୍ୟ ହରାଇ ଓଲଟିଲା ବାହାଘର ଗାଡ଼ି, ୨ ମୃତ

0
286

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା): ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନ୍ତର୍ଗତ କଙ୍କଡାଗୁଡା ନିକଟରେ ଆଜି ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ଫଳରେ ସେଠାରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ରେ ଦୁଇ ଜଣ ପ୍ରାଣ ହରାଇଛନ୍ତି ଏବଂ ଇତିମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।ଭାରସାମ୍ୟ ହରାଇ ଓଲଟିଥିବା ଭ୍ୟାନଟି ସୂଚନା ଅନୁସାରେ, ୪୦୭ଭ୍ୟାନ୍ ୨0ରୁ ଅଧିକ ଜଣ ବ୍ୟକ୍ତି ବାହାଘର ପାଇଁ ନେଇ ରାମଗିରି ନିକଟସ୍ଥ ଜାମଡ଼ିହ ଯାଉଥିଲା । କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଗାଡିରେ ଥିବା ୨0ରୁ ଅଧିକ ଜଣ ଲୋକ ଛିଟକି ପଡ଼ିଥିବା ବେଳେ ଦୁର୍ଘଟଣା ଘଟିଥିଲା, ଫଳରେ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ଜନଥ ଦଦଳ ବେହେରା ଓ ଗାୟତ୍ରୀ ବଡରଇତ । ଦୁଇଜଣ ଜାମଡିହ ଗାଁର ବୋଲି ଜଣାପଡିଛି ।ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଆର.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ତିନିଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଦୁର୍ଘଟଣାର ଖବର ପାଇ ଆର.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here