ବୁଗୁଡା ବ୍ଲକରେ ଶାନ୍ତି ଶୃଙ୍ଖଳା ସହ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ

0
120

ବୁଗୁଡା: ଫେବୃଆରୀ ୨୦ ତାରିଖ ଦିନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଯାଇଛି। ସେହିଭଳି ବୁଗୁଡା ଏନଏସି ଓ ବ୍ଳକର ସମୁଦାୟ ୧୯୧୩ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଦିନ ୭୪ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୮୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପିପୁଲସ ହାଇ ସ୍କୁଲ ନୋଡାଲ ସେଣ୍ଟର ହୋଇଥିବା ବେଳେ ୧- ପିପୁଲସ ହାଇ ସ୍କୁଲ, ବୁଗୁଡା ୨- ବୁଦ୍ଧଗିରି ବିଦ୍ୟାପୀଠ, ବି.ଡି.ପୁର, ୩- ରେଜିଓନାଲ ହାଇ ସ୍କୁଲ, ମାଣିତରା, ୪- ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ, ବି.କରଡ଼ାବାଡି, ୫- ଶକୁନ୍ତଳା ବିଦ୍ୟାପୀଠ, କରଚୁଲି, ୬- ମା’ କାଳୀ କୃଷକ ହାଇ ସ୍କୁଲ, ପୋଚାଲୁଣ୍ଡି, ୭- ବାଲିପଦର ହାଇ ସ୍କୁଲ, ୮- ଆର.ଏ.ହାଇ ସ୍କୁଲ, ପଙ୍କଳବାଡ଼ି, ୯- ମହାମାୟୀ ହାଇ ସ୍କୁଲ, ତାଳସାକର ଏବଂ ୧୦- ଶ୍ରୀ ବିରଞ୍ଚି ନାରାୟଣ ବାଳିକା ହାଇ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଅଛି। ବୁଗୁଡା ବିଇଓ ଚିନ୍ମୟ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ସନସ୍ତ ୧୦ ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here