ବୁଦ୍ଧଖୋଲ ଇକୋ ପାର୍କରେ ପ୍ରକୃତି ଶିବିର କାର୍ଯ୍ୟକ୍ରମ

0
131

ବୁଗୁଡା : ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବୁଦ୍ଧଖୋଲ ଇକୋ ପାର୍କରେ ପ୍ରକୃତି ଶିବିର କାର୍ଯ୍ୟକ୍ରମ ଫେବୃଆରୀ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଘୁମୁସର ଦକ୍ଷିଣ ବନଖଣ୍ଡ ଏସିଏଫ ପ୍ରଦୀପ କୁମାର ବେହେରା, ପ୍ରୋବେଶନାରୀ ଏସିଏଫ ଓଁକାର ଦାଶ ଓ ମୁଖ୍ୟ କିରାଣୀ ଅଶୋକ କୁମାର ସାହୁ, ଅବସରପ୍ରାପ୍ତ ବନବିଭାଗ କର୍ମଚାରୀ ଶୁଳପାଣି ଶତପଥୀ, ବୁଗୁଡା ପିପୁଲସ କଲେଜ ଏନସିସି ଅଫିସର ଅଧ୍ୟାପକ ଲେଫନାଣ୍ଟ ଅଜୟ କୁମାର ସାହୁ, ବୁଦ୍ଧଖୋଲ ଉନ୍ନୟନ ସମିତି ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଓ କାର୍ଯ୍ୟକାରୀ ସମ୍ପାଦକ ଗଙ୍ଗାଧର ବିଷୋୟୀ ଅତିଥି ଭାବେ ଯୋଗଦେଇଥିଲେ। ପ୍ରକୃତି ଶିବିରରେ ବୁଗୁଡା ପିପୁଲସ କଲେଜର ଛାତ୍ରଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଏଥି ପୂର୍ବରୁ ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀ ବୃନ୍ଦଙ୍କ ପକ୍ଷରୁ ବୁଗୁଡା ସହରରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ପରିବେଶ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା ଓ ବୃକ୍ଷ ରୋପଣ ପ୍ରଭୃତି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଇକୋ ପାର୍କରେ ଅନୁଷ୍ଠିତ ସଭାରେ ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତି ଦ୍ୱାରା ଜନସାଧାରଣ ଉପକୃତ ହେଉଥିବା ବିଷୟରେ ବିଭିନ୍ନ ଉଦାହରଣ ଦେଇଥିଲେ। ଆସନ୍ତା ଗ୍ରୀଷ୍ମ ଋତୁରେ ବନଅଗ୍ନି ଦାଉରୁ ରକ୍ଷା ପାଇବା ପାଇଁ ଓ ବର୍ଷା ଋତୁରେ ବୃକ୍ଷ ରୋପଣ ପାଇଁ ସମସ୍ତେ ଆନ୍ତରିକ ଉଦ୍ୟମ କରିବା ସହ ଜନସଚେତନତା କରିବାକୁ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here