ଆଗ୍ରାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବହୁଭାଷୀ ନାଟକ ମହୋତ୍ସବରେ ଶାଶ୍ୱତୀ ଅନୁଷ୍ଠାନ ପୁରସ୍କୃତ

0
636

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଅଗ୍ରଣୀ ନାଟ୍ୟାନୁଷ୍ଠାନ ଶାଶ୍ୱତୀ ତରଫରୁ ଉତ୍ତରପ୍ରଦେଶର ଆଗ୍ରା ଠାରେ ନଟ୍ରାଞ୍ଜଳି ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ବହୁଭାଷୀ ନାଟକ ମହୋତ୍ସବରେ ଭାଗ୍ୟଲକ୍ଷ୍ମୀ ମହାରଣାଙ୍କ ରଚିତ ନାଟକ “ବସାଘର” ଅତି ଉଚ୍ଚକୋଟୀର ଭାବେ ମଞ୍ଚସ୍ଥ ହୋଇସାରିଛି | ଉକ୍ତ ନାଟକକୁ ନିର୍ଦେଶନା ଦେଇଥିଲେ ରାମଚନ୍ଦ୍ର ଶାସମାଲ,ସଙ୍ଗୀତ ଓ ଯନ୍ତ୍ରାଂସରେ ଅରୁଣ କୁମାର ସାହୁ ଓ ବାବୁଲା ଦାଶ ସହଯୋଗ କରିଥିଲେ | ଏଥିରେ ଆରତୀ ସାମଲ,ଭାଗ୍ୟଲକ୍ଷ୍ମୀ ମହାରଣା,ଭବାନୀ ବେହେରା,ଜୋସଦା ବେହେରା,ପିଙ୍କି ପରିଡା,ଅନିତା,ସସ୍ମିତା କୁମାରୀ ରାଉତ,ରବିନ୍ଦ୍ରନାଥ ସାମଲ,ସୁନୀଲ କୁମାର ସ୍ୱାଇଁ,ନଳିନୀକାନ୍ତ ଗୌଡ଼ ଅଭିନୟ କରିଥିଲେ |
ବହୁ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତି ଏବଂ ବିଚାରକ ମଣ୍ଡଳୀଙ୍କ ନିର୍ଣ୍ଣୟରେ ୬ଗୋଟି ପୁରସ୍କାର ମିଳିଛି | ଏହି ୬ଗୋଟି ପୁରସ୍କାର ମଧ୍ୟରୁ ସଙ୍ଗୀତରେ ଅରୁଣ ଓ ବାବୁଲା(ତୃତୀୟ),ନାରୀ ଖଳ ଚରିତ୍ରରେ ପିଙ୍କି (ପ୍ରଥମ),ଭାଗ୍ୟଲକ୍ଷ୍ମୀ(ଦ୍ଵିତୀୟ),ପାର୍ଶ୍ୱ ଅଭିନେତ୍ରୀ(ଭବାନୀ),ନାରୀ ଚରିତ୍ରରେ ଜୋଶାଦା(ତୃତୀୟ) ଏବଂ ଆରତୀ ସାମଲଙ୍କୁ ଜୁରୀ ପୁରସ୍କାର ମିଳିଛି | ତାଜ ରଙ୍ଗଶ୍ରୀ ଉପାଧିରେ ନିର୍ଦେଶକ ରାମଚନ୍ଦ୍ର ସାସମଲ ଓ ସୁନୀଲ କୁମାର ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଛି | ଏହି ପାରିବାରିକ ନାଟକ “ବସାଘର”କୁ ସ୍ୱର୍ଗତ ମଞ୍ଚନାୟିକା ଲତା ନାୟକଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଥିଲା | ଏଥିରେ ଅଞ୍ଜଳୀ ଦାଶ,କଳାପ୍ରାଣ କୈଳାଶ ପାଣିଗ୍ରାହୀ,ବିଜୟଲକ୍ଷ୍ମୀ ପାଢ଼ୀ,ରଜନୀ ଧାଉଡ଼ିଆ ପ୍ରମୁଖ ନାଟକରେ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here