ସାଉଥକୋ ମିଟରରିଡର ସଂଘ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବୀ ପତ୍ର

0
829

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସାଉଥକୋ ମିଟରରିଡର ସଂଘ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ସରକାରଙ୍କ ତରଫରୁ ସର୍ବନିମ୍ନ ମଜୁରୀ ପାଇବାରେ ଅହେତୁକ ବିଳମ୍ବ ତଥା ସେମାନଙ୍କ ପ୍ରତି ହେଉଥିବା (WSHG)ଙ୍କ ନାଁରେ ପେଟମରଣା ନୀତି ବନ୍ଦ କରିବା ନିମନ୍ତେ ଏକ ଲିଖିତ ଦାବୀ ପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି |
ଏହି ଦାବୀ ପତ୍ର ଜରିଆରେ ଶ୍ରମିକ ସଂଘ ନିମ୍ନଲିଖିତ ବିଷୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇବାକୁ ଚାହୁଁଛନ୍ତି | ସାଉଥକୋ ମିଟରରିଡର ଶ୍ରମିକସଂଘ (ଗଞ୍ଜାମ,ଗଜପତି, ରାୟଗଡା,କୋରାପୁଟ, ନବରଙ୍ଗପୁର,ମାଲକାନଗିରି, କନ୍ଧମାଳ ଏବଂ ବୌଦ୍ଧ) ଆଦି ଦୀର୍ଘ ୧୫ ବର୍ଷ ଧରି ସାଉଥକୋ ୟୁଟିଲିଟୀଙ୍କ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା ମିଟରରିଡିଂ କାର୍ଯ୍ୟ କରି ଆସୁଛନ୍ତି | ଏହି ସଂସ୍ଥାରେ ଉପରୋକ୍ତ ଜିଲ୍ଲାଗୁଡିକର ପ୍ରାୟ ୩୦୦ରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟ କରିବା ସହ ପରିବାର ପ୍ରତିପୋଷଣ କରିଆସୁଛନ୍ତି | ବିଡମ୍ବନାର ବିଷୟ ଏହିକିଯେ ଏହି କର୍ମଚାରୀମାନଙ୍କୁ ସେମାଙ୍କର ନାର୍ଯ୍ୟ ପ୍ରାପ୍ୟ ସର୍ଵନିମ୍ନ ମଜୁରୀ ଦେବାରେ ଅହେତୁକ ବିଳମ୍ବ କରି ଚାଲିଛନ୍ତି ସାଉଥକୋ କର୍ତ୍ତୃପକ୍ଷ | ଏହାର ସମାଧାନ ପରିବର୍ତ୍ତେ ନୂଆ ଏକ ସମସ୍ୟା ଠିଆ କରୁଛନ୍ତି ଯେ,ଗତ ୧୭.୦୯.୨୦୧୯ ସୁଦ୍ଧା ସମସ୍ତ WSHG ସଂଘ ମାନଙ୍କଠାରୁ ସେମାନଙ୍କ ଦସ୍ତାବେଜ ମଗାଯାଇ WSHG ଙ୍କୁ ଦିଆଯିବ କହି ଭିନ୍ନ ଭିନ୍ନ ଠିକାଦାରଙ୍କ ଦ୍ୱାରା ଧମକ ଦିଆଯାଉଛି | ଏହି ସବୁ ଘଟଣା ଜାଣିବା ପରେ ଶ୍ରମିକ ସଂଘ ୨୦.୦୯.୨୦୧୯ ରେ ସାଉଥକୋ ଅଧିକାରୀ ମହାଶୟଙ୍କୁ ସାକ୍ଷାତ କରି ଏହି ବିଷୟରେ ଅବଗତ କରାଇଥିଲେ,କିନ୍ତୁ ସେ ଏହାର କିଛି ସମାଧାନ କରିପାରିବେ ନାହିଁ,କେବଳ ସରକାର ହିଁ କରିପାରିବେ ବୋଲି କହିଥିଲେ | ଏହା ଶୁଣି ଶ୍ରମିକ ସଂଘ ନିରାଶ ହେବା ସହ କିଭଳି ସେମାନଙ୍କ ପରିବାର ପ୍ରତି ଅନ୍ୟାୟ ହେଉଛି ବୋଲି ଦୁଃଖରେ ଭାଙ୍ଗି ପଡ଼ିଥିଲେ | କିନ୍ତୁ ୧୪.୦୮.୨୦୧୯ ତାରିଖରେ ମାନ୍ୟଵର ଗଞ୍ଜାମ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୨୩୫୦ ଅନୁସାରେ କୌଣସି ଠିକାଦାରଙ୍କ ବିନା ହସ୍ତକ୍ଷେପରେ ପ୍ରତକ୍ଷ ଭାବେ କର୍ମଚାରୀଙ୍କୁ ପ୍ରାପ୍ୟ ଦିଆଯାଇପାରିବ ଉଲ୍ଲେଖ ଥିବା ସତ୍ତ୍ୱେ,କର୍ତ୍ତୃପକ୍ଷ କିଭଳି ଏପରି ପଦକ୍ଷେପ ନେଉଛନ୍ତି,କେବଳ ଏତିକି ନୁହେଁ ଗତ ତିନି ମାସର ଦରମା ମଧ୍ୟ କିଭଳି ଦେଇନାହାନ୍ତି ବୋଲି ଭାବିବାକୁ ବାଧ୍ୟ ହୋଇଛନ୍ତି |
ଆସନ୍ତା ଦଶହରା ଛୁଟି ପୂର୍ବରୁ ଅର୍ଥାତ ଅକ୍ଟୋବର ପହିଲାରୁ ସେମାନଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ଶାସନ ସଚିବଙ୍କୁ ଏହି ଦାବୀ ପତ୍ର ଜରିଆରେ ଅନୁରୋଧ କରିବା ସହ ପ୍ରଶାସନ ତରଫରୁ ଆଗାମୀ ନିର୍ଦ୍ଦେଶନାମା ଅପେକ୍ଷାରେ ରହିଛନ୍ତି ଶ୍ରମିକ ସଂଘ | ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ହେଲେ ଶ୍ରମିକ ସଂଘ ଚିର ଉପକୃତ ହେବେ | ଏହି ଆବେଦନକୁ ଯଦି କୌଣସି ପ୍ରକାରେ ଅଣଦେଖା କରାଯାଏ ତେବେ ସମଗ୍ର ସାଉଥକୋ ଅଞ୍ଚଳର ଶ୍ରମିକ ସଂଘ ଯେ କୌଣସି ମୁହୂର୍ତ୍ତରେ କାର୍ଯ୍ୟବନ୍ଦ ଆନ୍ଦୋଳନ ତଥା ଅସହାହୋଗ ଆନ୍ଦୋଳନକୁ ଓଲ୍ଲହାଇବାକୁ ବାଧ୍ୟ ହେବେ | ଯଦି ବିଦ୍ୟୁତ ଉପଭୋକ୍ତାଙ୍କ କୌଣସି ଅସୁବିଧା ହୁଏ ତେବେ ସେଥିପାଇଁ ସାଉଥକୋ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ହିଁ ଦାୟୀ ରହିବେ |

LEAVE A REPLY

Please enter your comment!
Please enter your name here