ଆଜି ଅଗଷ୍ଟ ୨୯ – ରାଷ୍ଟ୍ରିୟ କ୍ରୀଡା ଦିବସ

0
566

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯ ତାରିଖ ଟିକୁ ରାଷ୍ଟ୍ରିୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭାରତ ସରକାର ଙ୍କ ଦ୍ୱାରା ଆଜିର ଦିନକୁ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।
ଏଣୁ ସହରର ବ୍ରହ୍ମପୁର ଷ୍ଟାଡିୟମରେ ଏହି ଉତ୍ସବ ପାଳନ ସହ ଖେଳାଳିମାନଙ୍କୁ ନେଇ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା ।ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ ଏବଂ ପରେ ବୃକ୍ଷରୋପଣ କରିଥିଲେ ।
ଏହି ଅବସରରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଶ୍ରୀ ସୁବାସ ମହାରଣା, ଜିଲ୍ଲା କ୍ରୀଡ଼ା ସଂସଦ ସଂପାଦକ ଶ୍ରୀ ଅଶୋକ ସାହୁ, କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ, ଷ୍ଟାଡିୟମ ଅଫିସର ଶ୍ରୀ କାଜଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ କରିଛନ୍ତି
ଆଜିର ଦିନରେ ରାଷ୍ଟ୍ରପତି ନିଜେ କ୍ରୀଡାର ବିଭିନ୍ନ କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଥାନ୍ତି। ଚଳିତ ବର୍ଷ ବିଭିନ୍ନ କ୍ରୀଡା କ୍ଷେତ୍ରରେ ସମୁଦାୟ ୩୨ ଜଣ ଖେଳାଳୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କୃତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here