ଶିଳ୍ପୀ ଡ଼କ୍ଟର ସ୍ଥିତଧୀ ରଥ ସମ୍ବର୍ଦ୍ଧିତ

0
139

ବୁଗୁଡା : ବୁଗୁଡା ସହରର ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ତଥା କଳା ଗବେଷକ, ଘୁମୁସର ଗବେଷଣା ପ୍ରତିଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ସ୍ଥାନୀୟ ବିରଞ୍ଚି ନାରାୟଣ ମନ୍ଦିରର କାଷ୍ଠ କାରୁକାର୍ଯ୍ୟ ଉପରେ ଗବେଷଣା କରି, ଭୁବନେଶ୍ୱର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସଂମାନନୀୟ ଡକ୍ଟରେଟ ଉପାଧି ଗ୍ରହଣ କରିଥିବା ଶ୍ରୀ ରଥଙ୍କୁ ଭଞ୍ଜନଗରର ଘୁମୁସର ଗବେଷଣା ପ୍ରତିଷ୍ଠାନର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଇତିହାସ ଗବେଷକ ଡ଼କ୍ଟର ହରିହର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ଡକ୍ଟର ସନ୍ତୋଷ କୁମାର ଆପଟ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନ ଉପଦେଷ୍ଟା ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସମ୍ବର୍ଦ୍ଧନା ପର୍ବ ଶେଷରେ ଶ୍ରୀରଥଙ୍କ ନିକଟକୁ ସ୍ଥାନୀୟ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here