ହଂସତୁଳି ରେ ଅଗ୍ନିକାଣ୍ଡ, ଛଅ ଜଣଙ୍କ ଘର ପୋଡି ନଷ୍ଟ

0
117

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ , ରଙ୍କ ଡାକୁଆ, ନାରାୟଣ ଡାକୁଆ , ଅଜୟ ନାୟକ, ପ୍ରଭାକର ନାୟକ ଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡ ର ପ୍ରଭାବରେ ତ୍ରିନାଥ ପାତ୍ର ଙ୍କ ଆଜବେଷ୍ଟ ଘର ଟି ମଧ୍ୟ ନଷ୍ଟ ହୋଇ ଯାଇଅଛି । ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।ଅଗ୍ନିକାଣ୍ଡ ର କାରଣ ଜଣାପଡିନଥିବା ବେଳେ ଅଗ୍ନିକାଣ୍ଡ ଫଳରେ ବହୁ ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । କୋଦଳା ଅଗ୍ନିଶମ ବାହିନୀ ସମେତ ଗ୍ରାମବାସୀ ମାନେ ମିଶି ନିଆଁ କୁ ଆୟତ କରିଥିଲେ ।

LEAVE A REPLY

Please enter your comment!
Please enter your name here