ବ୍ରଜନଗର ଠାରେ ସହର ତଳି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
219

ବ୍ରହ୍ମପୁର :ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସହର ତଳି ଅଞ୍ଚଳ ବ୍ରଜନଗର ଠାରେ ୭୫ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କମିଟି ଉପଦେଷ୍ଟା ପ୍ରଫେସର ଡ. ରଙ୍ଗନାଥ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ କହିଥିଲେ ନ୍ୟାୟ, ସମାନତା, ସ୍ଵାଧୀନତା ଓ ଅର୍ଥନୈତିକ ସ୍ବାବଲମ୍ବତା ହାସଲ କରିବା ଏହି ଦିବସର ଆହ୍ବାନ। ସମ୍ବିଧାନ ହେଉଛି ଶ୍ରେଷ୍ଠ ଓ ସର୍ବୋତ୍ତମ ବନ୍ଧୁ ଏହି ବାର୍ତ୍ତା ଦେବା ଏହି ଅବସରର ମୂଲ୍ୟ ବୋଲି ବିଭିନ୍ନ ବକ୍ତା ମତପ୍ରକାଶ କରିଥିଲେ। ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର କମିଟି ଦ୍ଵାରା ନିଆଯାଉଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଦେବୀ ପ୍ରସାଦ ଦାସ, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଡ଼ିହାରୀ, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସହ ସଂଗଠନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, ସହ ସମ୍ପାଦକ ବି ଭି ସାଗର, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, ଉପ ସମ୍ପାଦକ କାହୁଁ ଚରଣ ପତି, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ଏମ. ନରସିଂହ, ହିମାଂଶୁ କୁମାର ସାହୁ, ଗଣେଶ ଚନ୍ଦ୍ର ଦାସ, ଗରୀବ ବନ୍ଧୁ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଦାସ, ଜିତେନ୍ଦ୍ର କୁମାର ପାଢ଼ୀ, ବି ସୁଦର୍ଶନ ପାତ୍ର, ଡ ପ୍ରବୀଣ କୁମାର ପାଢ଼ୀ,ଇ ମୂର୍ତ୍ତି ଗୋପାଳ ମିଶ୍ର, ଗୋପାଳ ଶତପଥୀ, କୁମାର ସ୍ଵାମୀ ପାତ୍ର, ଇ ତାରକେଶ୍ୱର ଦୋରା, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୁନି କୁନି ପିଲା ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ସ୍ବିଇଟସ୍ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here