ପୂଜ୍ୟ ପୂଜା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ

0
116

ବ୍ରହ୍ମପୁର: ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ନେତୃତ୍ୱରେ ପ୍ରଥମେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ରୋଡ଼ ନେତାଜୀ ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଯଥାମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରି ଏକ ସ୍ମରଣ ସଭା ଆୟୋଜିତ ହୋଇଥିଲା l ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସାଲିସବିହୀନ ସଂଗ୍ରାମ ସମ୍ପର୍କରେ ଆଲୋଚନା ହୋଇଥିଲା l ବ୍ୟକ୍ତିର ଧର୍ମୀୟ ମନୋଭାବରେ କୌଣସି ମାତ୍ରାରେ ରାଷ୍ଟ୍ରର ହସ୍ତକ୍ଷେପ ଓ ରାଜନୀତି ଗ୍ରହଣୀୟ ନୁହଁ ବୋଲି ନେତାଜୀ ବ୍ୟକ୍ତ କରିଥିଲେ l ରାଷ୍ଟ୍ର ହିତ ପାଇଁ ସବୁବେଳେ ଧର୍ମନିରପେକ୍ଷତା ଓ ସମାଜବାଦକୁ ପାଥେୟ କରି ରାଜନୈତିକ ସଂଗଠନମାନ ଗଢି ଉଠିବା ଆବଶ୍ୟକ ବୋଲି ଦେଶବାସୀଙ୍କୁ ସେ କହୁଥିଲେ l ଆଜିର ଜୟନ୍ତୀ ଉତ୍ସବରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର,ସମାଜସେବୀ ସୁଧୀର ରାଉତ,ବିଜୟ ଚନ୍ଦ୍ର ବିଶୋଇ,ଇ.ଟି.ରାଓ, ରବି ରଥ, ସୁଶାନ୍ତ ସାବତ,କବିରାଜ ସାହୁ,ଅଶୋକ କୁମାର ଦଳାଇ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁରେନ୍ଦ୍ରନାଥ ପଣ୍ଡା, ହୃଷିକେଶ ପାତ୍ର, ମହେଶ୍ୱର ବାଡ଼ତ୍ୟା,ଲିଙ୍ଗରାଜ ଜେନା, ସୁନୀଲ କୁମାର ଗୌଡ଼,ପ୍ରମୋଦ କୁମାର ମିଶ୍ର, ପି. ଶଙ୍କର ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here