ମାଣିତରାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୩୪ ୟୁନିଟ ରକ୍ତ ସଂଗ୍ରହ

0
117

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର/ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜାନୁଆରୀ ୨୪ ତାରିଖ ଦିନ ମାଣିତରା ମା ସେନାପତି ଯୁବକ ସଙ୍ଘ, ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ର ମିଳିତ ସହଯୋଗରେ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା, ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା ସେବା ସମବାୟ ସମିତି ସଭାପତି ବବୁଲ ନାୟକ, ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା, ଯୁବ ରେଡ କ୍ରସ ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ପୂର୍ବତନ ସମିତି ସଭ୍ୟ ପ୍ରଭାତ କୁମାର ପ୍ରଧାନ, ଶିଶୁ ମନ୍ଦିର ସମ୍ପାଦକ ପିତାମ୍ବର ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତା ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାର ପକ୍ଷରୁ ଏଲ.ଏନ.ମାଝୀ, ଆଲୋକ ପାଣିଗ୍ରାହୀ, ବିପିନ କୁମାର ପାଣିଗ୍ରାହୀ, ଗଗନ ବିହାରୀ ପ୍ରଧାନ, ପ୍ରଭାକର ମହାରଣା ଓ ସୀମାଞ୍ଚଳ ସେଠୀ ଏହି ଶକ୍ତଦାନ ଶିବିରରେ ଯୋଗଦେଇ ୩୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମା ସେନାପତି ଯୁବକ ସଙ୍ଘ ପକ୍ଷରୁ ସଭାପତି ଅଭିଳାଷ ମହାରଣା, ସୁଧୀର କୁମାର ପ୍ରଧାନ, ସୁଧାଂଶୁ ଶେଖର ରାଉତ, ଏସ.ଯୋଗେନ୍ଦ୍ର ନାଥ ଚୌଧୁରୀ, ସୁକାନ୍ତ କୁମାର ବେହେରା, ଆଲୋକ ସାମଲ, ରବିନାରାୟଣ ପାଇକ, ଜଗନ୍ନାଥ ବେହେରା, ସାଇରାମ ରାଉତ, ଗୌତମ ରାଉତ, ଦୀପକ କୁମାର ରାଉତ ଓ ହିତେଶ କୁମାର ପ୍ରଧାନ ଓ ଯୁବ ରେଡ କ୍ରସ ସ୍ୱେଚ୍ଛାସେବୀ ବୃନ୍ଦ ଏବଂ ମାଣିତରା ମେଡ଼ିକାଲର ଡାକ୍ତର ଦୟାନିଧି ରାଉତ, ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ଟେକିନସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ଗଙ୍ଗା ସାହାଣୀ ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ। ବୁଗୁଡା ବିଡ଼ିଓ ଶ୍ରୀ ଜେନା ରକ୍ତଦାତାମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here