ସହର ତଳି ଅଞ୍ଚଳ ନେତାଜୀ ନଗରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ କାର୍ଯ୍ୟକ୍ରମ

0
181

ବ୍ରହ୍ମପୁର :ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଇଯାଇଛ। ଏହା ଫଳରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ହେବା ସହ ସନାତନ ଓ ହିନ୍ଦୁ ଧର୍ମର ପୁନଃ ଜାଗରଣ ସମ୍ଭବ ହୋଇପାରିଛି ଏବଂ ସନାତନ ପ୍ରେମୀମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଫେରିଆସିଛି।ଏହି ଅବସରରେ ସାରା ଦେଶ ରାମ ମୟ ଭାବନାରେ ଉଦବୁଦ୍ଧ ହୋଇ ଖୁସି ମନାଉଛି। ଏହି ପବିତ୍ର ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଏବଂ ସମସ୍ତଙ୍କ ଜାଗ୍ରତ ମନରେ ଧାର୍ମିକ, ଆଧ୍ୟାତ୍ମିକ , ନୈସର୍ଗିକ ଓ ଐଶ୍ୱରିକ ଚିନ୍ତା ଚେତନା ଆଣିବା ପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ସେହିପରି ଆମ ସହର ତଳି ଅଞ୍ଚଳରେ ମଧ୍ୟ ଅନେକ ଜାଗାରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସେହିକ୍ରମରେ ସହର ତଳି ଅଞ୍ଚଳ ଜଗଦଳପୁର ଗ୍ରାମର ନେତାଜୀ ନଗରର ପ୍ରବେଶ ପଥରେ କମିଟି କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଭୁ ରାମଙ୍କୁ ସମର୍ପିତ ଏକ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ୧୦୮ ଦୀପ ପ୍ରଜ୍ବଳନ ସହ ରାମଙ୍କ ଫୋଟ ରଖି ଆଳତୀ ଓ ପୂଜାର୍ଚ୍ଚନା କରାଯାଇଥିଲା ଓ ପ୍ରସାଦ ଲଡୁ ବଣ୍ଟା ଯାଇଥିଲା। ସ୍ଥାନୀୟ ଅଂଚଳର ଅନେକ ରାମ ଭକ୍ତ ନର ନାରୀଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ତତ୍ ସହିତ ଉତ୍ସବକୁ ଅଧିକ ଖୁସି ଓ ଆନନ୍ଦମୟ କରିବା ପାଇଁ ସାଉଣ୍ଡ ସିଷ୍ଟମ ସହ ଆତସବାଜି ଫୁଟା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସୁନିଲ ଘଡେ଼ଇ, ମଣ୍ଟୁ, ପିଣ୍ଟୁ, ବାଦଲ, ଶିବ , ମୁନା, ମନୋରଞ୍ଜନ , ସନ୍ତୋଷ ଓ ଟୁଟୁ ସହାୟତା କରିଥିଲେ ।ଏହି ଉପଲକ୍ଷେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ , ଦେବୀ ପ୍ରସାଦ ଦାସ, ଟି ସୁଦେଶ ପାତ୍ର, ଦିଗାମ୍ବର ସାମନ୍ତରାୟ, ଅଜିତ୍ ପଟ୍ଟନାୟକ, ବି ଭି ସାଗର, ସି ଏଚ ରାମ କ୍ରିଷ୍ଣା ଦାସ, ଶ୍ରୀକାନ୍ତ ପଢିହାରୀ ପ୍ରମୁଖ ଉପସ୍ଥିତ ରହି ଉତ୍ସବରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here