କୋରନା ଠାରୁ ବଳି ଗଲାଣି ଦର ବୃଦ୍ଧି ; ଚିନ୍ତାରେ ଖାଉଟି

0
342

ଭଞ୍ଜନଗର(ନିଲୁ ବିଶୋଇ)ସମଗ୍ର ବିଶ୍ୱରେ କୋରନା ମହାମାରୀ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯିବା ସହ ଜନସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ଏଥି ପାଇଁ ଦେଶରେ ସରକାରଙ୍କ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ, ୧୪୪, ଜନତାକର୍ଫ୍ୟୁ, ଅନଲକ-୧ ଆଦି କାର୍ଯ୍ୟକାରୀ କରାଯାଇଛି । ସେହିପରି ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ କଟକଣା ଜାରୀ କରାଯାଇଛି । ଗତ ୩ ମାସରୁ ଅଧିକ ଦିନ ଧରି ଲକଡ଼ାଉନ ଜାରି ହୋଇ ରହିଛି। କରୋନା କଟକଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ସେମାନଙ୍କ ରୋଜଗାର ହରାଇ ଘରେ ହାତବାନ୍ଧି ବସିଛନ୍ତି । ଫଳରେ ପରିବାର ପ୍ରତିପୋଷଣ ପାଇଁ ଅନେକ ସମସ୍ୟା ଦେଖାଦେଇଛି । ଆଉ ଏଭଳି ପରିସ୍ଥିତିରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସେମାନଙ୍କ ପେଟକୁ ଶକ୍ତ ଲାତ ଦେଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟବସାୟୀ ମାନେ ମନଇଛା ଅହେତୁକ ଦର କଶୁଛନ୍ତି । ପ୍ରତ୍ୟେକ ପନିପରିବାର ମୁଲ୍ୟ ୪୦ ଟଙ୍କାରୁ ଉର୍ଦ୍ଧ ରହିଛି। ଆଳୁ କିଲେ। ପିଛା ୨୬ ଟଙ୍କା ଥିବାବେଳେ ,ଟମାଟ ୬୦,ବାଇଗଣ ,କଟିକି ପୋଟଳ ଓ କାଙ୍କଡ଼ ଆଦି ୫୦ ଟଙ୍କା ରହିଛି।ଏପରିକି ତେଲ, ଚିନି, ସୁଜି, ଅଟା, ବେସନ ଓ ଲୁଣ ପରି ରାସନ ସମାଗ୍ରୀର ମୁଲ୍ୟ ମଧ୍ୟ ଚଢା ଦରରେ ବିକ୍ରି ହେଉଛି । ଗୋଟିଏ ପଟେ ଲକଡ଼ାଉନ ଯୋଗଁ କୌଣସି କାମଧନ୍ଦା ନପାଇ ଘରେ ହାତ ବାନ୍ଧି ବସିଥିବା ବେଳେ , ଲୋକଙ୍କ ପାଖରେ ପରିବାର ପ୍ରତିପୋଷଣ ସକାଶେ ଅର୍ଥର ଅଭାବ ରହିଛି । ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଖାଉଟି ଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here