ଗୋଳାବନ୍ଧ ପଞ୍ଚାୟତରେ ବିଡ଼ିଓ ଓ ସରପଞ୍ଚ ଦେଲେ କରୋନା ସଚେତନତା ବାର୍ତ୍ତା

0
556

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତରେ ବୁଧବାର ଦିନ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ତନ୍ମୟ ପାତ୍ର ଓ ସରପଞ୍ଚ ବସନ୍ତ କୁମାର ସାମଲ ଯୋଗଦେଇ ଅଙ୍ଗନବାଡି କର୍ମୀବୃନ୍ଦଙ୍କୁ କରୋନା ସଂକ୍ରାନ୍ତରେ ସଚତେନତା କରାଇଥିଲେ। ବିଡ଼ିଓ ଶ୍ରୀ ପାତ୍ର ଅଙ୍ଗନବାଡି କର୍ମୀମାନେହିଁ କରୋନା ସଚେତନତା ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସକ୍ଷମ ବୋଲି ପ୍ରକାଶ କରିଥିଲେ। ଲୋକମାନେ ଯେପରି ଘରୁ ବାହାରକୁ ଆସିବେ ନାହିଁ, ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସ ଦ୍ୱାରା ହାତ ସଫାକରିବା,ବ୍ୟକ୍ତିଙ୍କ ମଧ୍ୟରେ ଏକ ମିଟର ଦୂରତ୍ୱ ବଜାୟ ରଖିବେ, ବାହାର ରାଜ୍ୟ ବା ବାହାର ଦେଶରୁ ଯେଉଁ ବ୍ୟକ୍ତି ଫେରିବେ ସେମାନଙ୍କ ଯେପରି ନାମ ପଞ୍ଜୀକୃତ କରିବେ ସେଥି ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ସରପଞ୍ଚ ଓ ଅନ୍ୟାନ ଜନପ୍ରତିନିଧି ବୃନ୍ଦ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here