ଗଞ୍ଜାମ ମାଟିର ଗୌରବ ପୁର, କୁକୁଡ଼ାଖଣ୍ଡି ନାମ ତା’ର ଗୀତର ମୁକ୍ତିଲାଭ

0
294

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର ଜଣେ ସାହିତ୍ୟ ମନସ୍କ ବ୍ୟକ୍ତିତ୍ୱ। ଗୀତ ଲେଖିବା ଏବଂ ତାକୁ ତାର ରୂପ ଦେଇ ସଜେଇବା ଦିଗରେ ସେ ଜଣେ ଅନନ୍ୟା ବ୍ୟକ୍ତିତ୍ୱ।ପୂର୍ବରୁ ଅନେକ କବିତା ସଂକଳନ ଏବଂ ନିଜ ଲେଖାକୁ ସେ ବହୁତ କବିତା ପୁସ୍ତକରେ ଲିପିବଦ୍ଧ କରିଛନ୍ତି।ଯେତେବେଳେ ସେ ଧରକୋଟରେ ତହସିଲଦାର ଭାବରେ କାର୍ଯ୍ୟରତ ଥିଲେ ସେତେ ସେ ଧରକୋଟ ଉପରେ ଏକ ଗୀତ ବି କରିଥିଲେ।ସ୍ଥାନୀୟ ଛୋଟ ଛୋଟ କଳାକାର ମାନଙ୍କୁ ନେଇ ସେ ସେହି ଗୀତରେ ବହୁ ପ୍ରଶଂସା ସାଉଁଟିଥିଲା।ବର୍ତ୍ତମାନ ଶ୍ରୀ ପାତ୍ର କୁକୁଡ଼ାଖଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରତ ଥିବା ସମୟରେ ବ୍ଲକର ଅନେକ ଉନ୍ନତିମୂଳକ କାର୍ଯ୍ୟ ତାଙ୍କର ଦ୍ୱାରା ସାଧିତ କରାଯାଇଅଛି।ତେବେ ଶ୍ରୀ ପାତ୍ର ବର୍ତ୍ତମାନ ରଜ ସଂକ୍ରାନ୍ତି ଅବସରରେ ଏକ ସୁନ୍ଦର ଗୀତ “ଗଞ୍ଜାମ ମାଟିର ଗୌରବ ପୁର କୁକୁଡ଼ାଖଣ୍ଡି ନାଁ ତା’ର” ନାମରେ ଏକ ସୁନ୍ଦର ଗୀତକୁ ନିଜେ ରଚନା କରିଛନ୍ତି ଏବଂ ସ୍ଥାନୀୟ କୁନି କୁନି କଳାକାରଙ୍କୁ ନେଇ ଏହି ଗୀତ ସୁନ୍ଦର ଭାବରେ ସଜେଇ ହେଇଥିବା ବେଳେ ବେଶ ଲୋକାଦୃତ ହୋଇପାରିଛି।ଏହି ଗୀତକୁ ନିଜର ସଂଗୀତରେ ସଜେଇଛନ୍ତି ଆଲୋକ ଦେବ ଏବଂ ଶୀତଳ କବି ତଥା ସଙ୍ଗୀତ ପଣ୍ଡା ଗୀତକୁ ଗାଇଛନ୍ତି।ଜ୍ଞାନଜ୍ୟୋତି ପ୍ରଯୋଜନା ସଂସ୍ଥା ତରଫରୁ ସୁସ୍ମିତା ପାତ୍ର ଏହି ଗୀତକୁ ପ୍ରଯୋଜନା ଦେଇଛନ୍ତି।ଏହି ଗୀତ କୁକୁଡାଖଣ୍ଡି ଅଞ୍ଚଳର ସଂସ୍କୃତି କଳା ଏବଂ ପରମ୍ପରା ସହ ଏହି ଅଞ୍ଚଳର ଲୋକ କଲାର କଥା ସୁନ୍ଦର ଭାବରେ ବର୍ଣନା କରିଛନ୍ତି ଶ୍ରୀ ଗଦାଧର ପାତ୍ର।ଏହା ପୂର୍ବରୁ ଶ୍ରୀ ପାତ୍ର ଏକ କ୍ଷୁଦ୍ର ଚଳଚିତ୍ର “କରୋନା ତୁ ଫେରିଜା” ମଧ୍ୟ ନିର୍ମାଣ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଶଂସିତ ହୋଇଥିଲେ।ଜଣେ ପ୍ରଶାସନିକ ଅଧିକାରୀ ନିଜର କର୍ମମୟ ଜୀବନ ଭିତରୁ ଏତେ ସବୁ ଦାଇତ୍ୱ ସତ୍ତ୍ୱେ ବି ସାହିତ୍ୟ କଳା ଲେଖା ପ୍ରତି ତାଙ୍କର ଅବଦାନକୁ ନେଇ ତାଙ୍କର ନିଷ୍ଠା ପାଇଁ ଆଜି ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।ସ୍ଥାନୀୟ ବ୍ଲକ ଅଧକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ପାତ୍ରଙ୍କ ସମେତ କୁକୁଡାଖଣ୍ଡି ସରପଞ୍ଚ ଅଦଲ ଚେନେୟା,ମହିଳା ସ୍ୱାସ୍ଥ୍ୟ କର୍ମୀ କେ. କ୍ରିଷ୍ଣା କୁମାରୀ ଏବଂ ଅନେକ ଗୁଣି ଜ୍ଞାନୀ ବ୍ୟକ୍ତିତ୍ୱ ଶ୍ରୀ ପାତ୍ରଙ୍କୁ ଶୁଭେତ୍ସା ଓ ଶୁଭକାମନା ଜଣେଇଛନ୍ତି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here