ମାଣିତରାରେ ଘୋଡା ନାଚ ମାଧ୍ୟମରେ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
118

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଓ ଭୋଗଡା ଗ୍ରାମରେ, କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଘୋଡା ନାଚ ମାଧ୍ୟମରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାନୁଆରୀ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଆଦିପୁର ଗ୍ରାମର ମା ଠାକୁରାଣୀ ଲୋକନୃତ୍ୟ ଘୋଡା ନାଚ ସଙ୍ଘ ମାଧ୍ୟମରେ ଅଣ ସଂକ୍ରମଣ ରୋଗ, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, ଲେପର୍ସ, ଫାଇଲେରିଆ, ଏଡ୍ସ, ନବଜାତ ଶିଶୁ ସୁରକ୍ଷା ଯୋଜନା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଶିଶୁକୁ ମାଆ କ୍ଷୀର ପ୍ରଦାନ ପ୍ରଭୃତି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଗାପ୍ରସାଦ ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେଡ଼ିକାଲର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ଟେକିନିସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା, ଗଙ୍ଗା ସାହାଣୀ ଓ ପ୍ରତିମା ସ୍ୱାଇଁ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here