ଅଙ୍ଗାରଗାଁ ରେ ରିଙ୍କୁ ସ୍ପୋର୍ଟସ ଏବଂ ଫୁଟୱରେ ର ଶୁଭାରମ୍ଭ

0
146

ବେଗୁନିଆପଡା : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଠାରେ ରିଙ୍କୁ ସ୍ପୋର୍ଟସ ଏବଂ ଫୁଟୱରେ ର ଶୁଭ ଉଦ୍ଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ନୀଳେନ୍ଦ୍ରୀ ସେଠୀ , ସମ୍ମାନିତ ଅତିଥିଭାବେ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ବିପ୍ର ଚରଣ ଜେନା, ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ସାହୁ, ପୂର୍ଣ୍ଣଚନ୍ଦ୍ର ସେଠୀ ସମେତ ଅନ୍ୟମାନେ ଉପସ୍ଥିତ ରହି ଫିତା କାଟି ଶୁଭାରମ୍ଭ କରିଥିଲେ । ଅଙ୍ଗାରଗାଁ ବଜାରରେ ସ୍ପୋର୍ଟସ ଏବଂ ଫୁଟୱରେ ର କାଉଣ୍ଟର ନ ଥିବା ଯୋଗୁଁ କ୍ରୀଡ଼ାବିତ୍ ମାନେ ଅନ୍ୟ ବଜାର ଉପରେ ନିର୍ଭର କରୁଥିଲେ । ଏହି କାଉଣ୍ଟର ଖୋଲିବା ଫଳରେ କ୍ରୀଡାବିତ ସୁବିଧାରେ ବିଭିନ୍ନ କ୍ରୀଡା ସାମଗ୍ରୀ ପାଇ ପାରିବେ ବୋଲି ଅତିଥି ମାନେ ମତପ୍ରକାଶ କରିଛନ୍ତି । ରିଙ୍କୁ ରିଙ୍କୁ ସ୍ପୋର୍ଟସ ଏବଂ ଫୁଟୱରେ ର ପ୍ରୋପାଇଟର ରିଙ୍କୁ ସେଠି ସମେତ ବଜାର କମିଟିର ବହୁ ସଦସ୍ୟ ଏବଂ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here