ବ୍ରହ୍ମପୁର ଜିଲ୍ଲା ଓ ସହର ତଳି ଅଞ୍ଚଳ ମିଶ୍ରଣ ପ୍ରସଙ୍ଗରେ ମିଳିତ କ୍ରିୟାନୁଷ୍ଠାନ କମିଟିର ସାପ୍ତାହିକ ପ୍ରତିବାଦ ସଭା ଅବ୍ୟାହତ

0
147

ବ୍ରହ୍ମପୁର : ବ୍ରହ୍ମପୁର ସହରର ଚାରିପଟ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ପାର୍ଶ୍ଵରେ ଥିବା ୧୮ ଟି ପଞ୍ଚାୟତ ତଥା ସନ୍ନିକଟ ସହର ତଳି ଅଞ୍ଚଳକୁ ମିଶ୍ରଣ ନେଇ ୨୦୦୮ ଗ୍ୟାଜେଟ ନୋଟିଫିକେସନ କାର୍ଯ୍ୟକାରୀ ଓ ଏ ନେଇ ରହିଥିବା ମାନ୍ୟବର ଉଚ୍ଚ ନ୍ୟାଳାୟଙ୍କ ନିର୍ଦ୍ଧେଶ ଅନୁପାଳଣ ଏବଂ ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଆଦି ଦାବୀ ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପୂର୍ବ ଘୋଷଣା ଅନୁଯାୟୀ ତାର ସାପ୍ତାହିକ ପ୍ରତିବାଦ ସଭା ଜାରି ରଖିଛି। ଏ କ୍ରମରେ ପାଟିରେ କଳାପଟି ବାନ୍ଧି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଆଜି ମୁହଁରେ କଳା ପଟି ବାନ୍ଧି ପଞ୍ଚମ ନୀରବ ପ୍ରତିବାଦ ସଭା ବଡ ବଜାର ଅଞ୍ଚଳର ଖାସ୍ପା ସାହି ସ୍ଥିତ ଗୋପୀନାଥ ମନ୍ଦିର ନିକଟରେ କରିଥିଲେ । ପରିଶେଷରେ ଏକ ରାଲି ଖାସ୍ପା ସାହିରୁ ବାହାରି ବଡ ବଜାର ପରିକ୍ରମା କରିଥିଲା।ଏଠାରେ ସୂଚନାଯୋଗ୍ୟ ସହର ସନ୍ନିକଟ ଓ ମହାନଗର ଚତୁପାର୍ଶ୍ୱରେ ଥିବା ପଞ୍ଚାୟତକୁ ନେଇ ଏକ ବୃହତ୍ତର ଓ ପୂର୍ଣ୍ଣାଙ୍ଗ ମହାନଗର ନିଗମ ଗଠନ କରିବା ନିମନ୍ତେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବହୁଦିନ ଧରି ଦାବୀ ହୋଇ ଆସୁଛି। ସରକାର ଏଦିଗରେ କୌଣସି ଠୋସ ଓ ନିର୍ଣ୍ଣାୟକ ନୀତିଗତ ପଦକ୍ଷେପ ନନେଲା ପର୍ଯ୍ୟନ୍ତ ଏହି ପ୍ରତିବାଦ ସଭା ସହରର ବିଭିନ୍ନ ଜାଗାରେ ଜାରୀ ରହିଥିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଗାନ୍ଧୀନଗର ଛକ, ପୁରୁଣା ବସ ଷ୍ଟାଣ୍ଡ ,ରାମଲିଙ୍ଗେଶ୍ୱର୍ ପାର୍କ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହିଭଳି ଚାରୋଟି ପ୍ରତିବାଦ ସଭ ଅନୁଷ୍ଠିତ ହୋଇଯାଇଛି।ଆଜିର ସଭାରେ ସଭାପତିଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି. ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢିହାରି, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ଉପ ସଂଯୋଜକ ଅନିଲ ଅଧିକାରୀ, ସହ ସଂଯୋଜକ କାହୁଁ ଚରଣ ପତି, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ଉପଦେଷ୍ଟା ଏମ୍. ନରସିଂହ, ପ୍ରବୀଣ କୁମାର ପଟ୍ଟନାୟକ , ପ୍ରିତୀଶ କୁମାର ପାଣିଗ୍ରାହୀ, ବୃନ୍ଦାବନ ଖଟେଇ, ଆଦିତ୍ୟ ରଥ, ସନ୍ତୋଷ କୁମାର ସାହୁ, ଶଙ୍କର କୁମାର ସାହୁ, ବାବୁ କୁମାର ସେଠୀ, ବାଳ କ୍ରିଷ୍ଟ୍ନ ସାମନ୍ତରାୟ ଓ ହିମାଂଶୁ କୁମାର ସାହୁ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here