ଟ୍ରକ ଓ କ୍ରସର ମାଲିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

0
397

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇ ଥିବା ଲମ୍ବା ଲକ ଡାଉନ ଯୋଗୁଁ ଅର୍ଥନୀତି ଦୁର୍ବଳ ହେବାର ପ୍ରବଳ ସମ୍ଭାବନା ରହିଛି l ଏହାସହ ଲକ ଡାଉନ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ବାଧ୍ୟ ହେଉଛନ୍ତି l ଏହାକୁ ଦୃଷ୍ଟିରୁ ରଖି ବହୁ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିକରି ମହତ ପଣିଆର ପରିଚୟ ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସହଯୋଗ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି l ଏହାକୁ ଗ୍ରହଣ କରି ସୋମବାର ଦିନ ବେଗୁନିଆପଡାର ବାବା ଧବଳେଶ୍ବର ଟ୍ରକ ମାଲିକ ସଂଘ 25 ହଜାର ଓ ସୁମଣ୍ଡଳ ସ୍ଥିତ ମା’ ବନଦୁର୍ଗା ଷ୍ଟୋନ କ୍ରସର ମାଲିକଙ୍କ ପକ୍ଷରୁ 50 ହଜାର ପାଞ୍ଚ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି l ଆଜି ଉଭୟେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କୁ ଭେଟି ଚେକ୍ ପ୍ରଦାନ କରିଥିଲେ l ଏହି ସମୟରେ ବେଗୁନିଆପଡା ସିଡିପିଓ ସଂଧ୍ୟାରଣୀ ପାଣିଗ୍ରାହୀ, ରାଜସ୍ୱ ନିରୀକ୍ଷକ ମଳୟ କୁମାର ନାୟକ, କ୍ରସର ମାଲିକ ତଥା ଟ୍ରକ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡି, ସମ୍ପାଦକ ବବି ରାଉତ, ଉପଦେଷ୍ଟା ସୁଦର୍ଶନ ଜେନା, ରାଜ କୁମାର ରାଉତ ଆଦି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here