ବୁଗୁଡ଼ାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ରଥ : ଘରକୁ ଘର ବୁଲି ଗୁଆ ଓ ଅରୁଆ ଚାଉଳ ସଂଗ୍ରହ

0
134

ବୁଗୁଡ଼ା: ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଥିବା ବେଳେ ଜିଲ୍ଲା ପ୍ରଶାସନର ପରାମର୍ଶ କ୍ରମେ ବୁଗୁଡ଼ା ଏନଏସିର ପ୍ରତ୍ଯେକ ୱାର୍ଡ଼ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ରଥ ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଇଥଲ। ବୁଗୁଡା ଶ୍ରୀ ବଳଦେବ ଜୀଉ ମନ୍ଦିର ସମ୍ମୁଖରୁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ , ଉପାଧ୍ୟକ୍ଷ ଗୀତାଞ୍ଜଳୀ ପ୍ରଧାନ, କାଉନସିଲର ଆଶୁତୋଷ ବଢେଇ, ବବ୍ରୁ ପ୍ରଧାନ, ସସ୍ମିତା ପାତ୍ର ଓ ଉର୍ମିଳା ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଏନ୍ଏସି କର୍ମଚାରୀବୃନ୍ଦ, ଅଙ୍ଗନୱାଡି କର୍ମୀ ଓ ମିଶନ ଶକ୍ତି ମହିଳାଗଣଙ୍କ ଉପସ୍ଥିତିରେ କୀର୍ତ୍ତନ ମଣ୍ଡଳୀ ଗହଣରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଗାମୀ ଦିନରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ଟି ଓ୍ବାର୍ଡର ବିଭିନ୍ନ ସାହିରେ ରଥ ପରିକ୍ରମା ସହ ସମସ୍ତଙ୍କ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯିବ ବୋଲି ଜଣାପଡିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here