ପୋଲସରା ବିଧାୟକଙ୍କୁ ନୂତନ ବର୍ଷର ଅଭିନନ୍ଦନ

0
139

ପୋଲସରା : ନୂତନ ୨୦୨୪ ବର୍ଷର ପ୍ରଥମ ଦିନରେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ବର୍ଷର ସକାଳେ ବିଧାୟକ ଶ୍ରୀସାହୁଙ୍କୁ ହାତୀଓଟ ସ୍ଥିତ ତାଙ୍କର ବାସଭବନରେ ଭେଟି ନୂତନ ବର୍ଷର ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇ ଚଳିତ ବର୍ଷଟି ବିଧାୟକଙ୍କ ପାଇଁ ମଙ୍ଗଳମୟ ହେବାକୁ କାମନା କରିଛନ୍ତି। ଶୁଭେଚ୍ଛା ଜଣାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସମାଜସେବୀ ଧରଣୀଧର ପଣ୍ଡା, ପୋଲସରା ବ୍ଳକ ଅଧ୍ଯକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଏନ୍ ଏ ସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ବୁଗୁଡା ବ୍ଲକ ସଭାପତି ମଦନ ଗୋପାଳ ଦୋରା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ, ବିକ୍ରମ ନାୟକ, ଝୁନୁ ଦାସ,ଗଙ୍ଗାପାଣି ଜେନା, ସମିତା ସ୍ବାଇଁ ଓ ଚାନ୍ଦିନୀ ନାୟକ, ପୋଲସରା ନଗର ବିଜେଡି ସଭାପତି ରଞ୍ଜିତ ସାହୁ, ଓ ବୁଗୁଡା ନଗର ସଭାପତି କେ.ତ୍ରିଲୋଚନ ଦୋରା, ସମାଜସେବୀ କେ.ନୀଳମାଧବ ଆଚାରୀଙ୍କ ସମେତ ଉଭୟ ବ୍ଲକର ସରପଞ୍ଚ, ସମିତି ମେମ୍ବର, ବ୍ଲକ, ତହସିଲ, ଏନ୍ଏସି ଓ ଅନ୍ୟ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ମାନେ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here