ଟିମ କ୍ଲିନ ସିଟି @୧୦୦ ନୂଆ ବର୍ଷରେ ନୂଆ ଯୋଜନା ସହ ସେବା ଯୋଗାଇବ TCC

0
280

ବ୍ରହ୍ମପୁର: ଦୁଇ ବର୍ଷରୁ ଅଧିକ କାଳ ହେବ ସାମାଜିକ ସେବା ଯୋଗାଇ ଆସୁଥିବା ଦକ୍ଷିଣଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର “ଟିମ କ୍ଲିନ ସିଟି”କୁ ମିଳିଛି ବଡ଼ ଉପଲବ୍ଧି। ଆଜି ଗୋଟିଏ ଦିନରେ ଟିମ ସଦସ୍ୟଙ୍କ ଦ୍ୱାରା 3ଜଣ ନିରାଶ୍ରୟଙ୍କୁ ରାସ୍ତାକଡରୁ ଉଦ୍ଧାର କରି ମୋଟ 100ଜଣଙ୍କୁ ସେବା ପ୍ରଦାନ କରିବା ଲକ୍ଷ୍ୟ ହାସଲ କରିପାରିଛନ୍ତି। ଗତକାଲି ଶନିବାର ଦିନ ଗୋପାଳପୁର ଛକ ସ୍ଥିତ ଓଭର ବ୍ରିଜ ତଳେ ଜୀବନ ବିତାଉଥିବା ଜନୈକ ଅଣଓଡ଼ିଆ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଥିଲା ଟିମ କ୍ଲିନ ସିଟି। ଆଜି ପୁଣି ବ୍ରହ୍ମପୁର ସହରରେ 3ଜଣ ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼ାଇବା ସହ ମୋଟ 100ଜଣଙ୍କୁ ଉଦ୍ଧାର କରିପାରିଛି। ଆଜି ଟିମ ସଦସ୍ୟ ମାନେ ଏମ କେ ସି ଜି ମେଡିକାଲ ଗେଟ ନିକଟରୁ ବାହାରି ଗେଟବଜାର ଛକରୁ ପ୍ରଥମେ ଛତ୍ରପୁରର ବିଜୟ କୁମାର ପଟ୍ଟନାୟକଙ୍କୁ ଉଦ୍ଧାର କରାଯାଇଥିଲା। ଋଣଗ୍ରସ୍ତ ବିଜୟଙ୍କ ଘର ବ୍ୟାଙ୍କ ପକ୍ଷରୁ ଜବତ ହେବା ପରେ ଘର ଛାଡ଼ି ଏଣେତେଣେ ବୁଲି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ସେହିଭଳି ଆଜିର ଦ୍ୱିତୀୟ ଵ୍ୟକ୍ତି ଥିଲେ କେ. ଡିଲି। ଜଣେ ମାନସିକ ବିକୃତ। ତାଙ୍କୁ ସେବା ପ୍ରଦାନ କରିବା ପରେ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ନିକଟରୁ ସୁକାଦେବ ସାହୁ ଯାହାଙ୍କ ଘର ବ୍ରହ୍ମପୁର ଉପକଣ୍ଠ ଭାବିନିପୁରରେ ତାଙ୍କୁ ସେବା ଯୋଗାଇ ଦିଆଯାଇଥିଲା। ସମସ୍ତ 3ଜଣଙ୍କୁ ଚୁଟି ଓ ଦାଢ଼ି ସହ ଉଭୟ ଗୋଡ଼ ଏବଂ ହାତର ନଖ କାଟି ସଫା କରାଯାଇଥିଲା। ପରେ ସମସ୍ତଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ଟିଫିନ ଯୋଗାଇ ଦିଆଯାଇଥିଲା। ଟିମ ସଦସ୍ୟଙ୍କ ଠାରୁ ସହାୟତା ପାଇ ସେମାନେ ଖୁସି ଵ୍ୟକ୍ତ କରିଥିଲେ। ଆଗକୁ ଏଭଳି କାର୍ଯ୍ୟ ଜାରି ରହିବାକୁ ଥିଲେ ହେଁ ନୂତନ ବର୍ଷରେ ନୂଆ ଯୋଜନା ସହ ସମାଜରେ ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ଟିମ କ୍ଲିନ ସିଟି। ଆଜିର ଏହି କାର୍ଯ୍ୟକ୍ରମରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ। ଆଜି ପର୍ଯ୍ୟନ୍ତ ମୋଟ 100ଜଣଙ୍କୁ ଉଦ୍ଧାର କରି ସହାୟତାର ହାତ ବଢ଼ାଇ ପାରିଥିବାରୁ ଓ ଏଭଳି କାର୍ଯ୍ୟରେ ନିଜକୁ ସାମିଲ କରିପାରିଥିବାରୁ ସମସ୍ତେ ଗର୍ବିତ।

LEAVE A REPLY

Please enter your comment!
Please enter your name here