ପୋଲସରାରେ ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ

0
124

ପୋଲସରା: ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଦିବସ ପାଳନ ହୋଇଯାଇଛି। ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଡିସେମ୍ବର ୨୬ ତାରିଖ ସକାଳ ସମୟରେ ପୋଲସରା ବସଷ୍ଟାଣ୍ଡ ଠାରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୋଲସରା ମେଡ଼ିକାଲକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଏନ୍ଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପ୍ରତାପ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ, ଅଶୋକ ବିଷୋୟୀ ଓ ବିକ୍ରମ ନାୟକ, ଶିଶିର ବେହେରା, ପୀତବାସ ପ୍ରଧାନ, ଦୀପିକା ବାରିକ, କବିତା ସାହୁ, କନକ ରାଉତ, ଲିଲି ସାହୁ, ସମୀର କୁମାର ଭୂୟାଁ, ଗୋପାଳ ସାହୁ, ସୁକାନ୍ତ ଭୂୟାଁ, ଭଗବାନ ସାହୁ, ପଞ୍ଚୁ ଦାସ, ଲିଲୁ ପୋଲାଇ, ସୁଶାନ୍ତ ପୋଲାଇ, ରଞ୍ଜନ ସାହୁ, କାଳିଆ ଗୌଡ଼, ବସନ୍ତ କରଣ ସମେତ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here