ପୋଲସରାରେ ଗଞ୍ଜାମ ଜିଲ୍ଲାପାଳଙ୍କ କରୋନା ସ୍ଥିତି ସମୀକ୍ଷା

0
277

ପୋଲସରା(ନ୍ୟୁଜଏକ୍ସଟ୍ରା)ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ପୋଲସରା ଠାରେ କରୋନା ଦ୍ୱିତୀୟ ଲହର ଦ୍ୱାରା ଉପୁଜିଥିବା ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହିତ ପରିସ୍ଥିତି କୁ ନିୟନ୍ତ୍ରଣ ରେ ରଖିବା ପାଇଁ କଠିନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଆଜି ମଧ୍ୟାହ୍ନ ସମୟରେ ଏଠାରେ ପହଞ୍ଚି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ପ୍ରଥମେ କରୋନା ଦ୍ୱିତୀୟ ଲହର ପ୍ରଭାବରେ ପୋଲସରା ଅଞ୍ଚଳରେ ଉପୁଜିଥିବା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଶ୍ରୀ କୁଲାଙ୍ଗେ ସମୀକ୍ଷା ବୈଠକରେ ଉଦବୋଧନ ଦେଇ ବର୍ତ୍ତମାନ ପ୍ରବାସୀ ମାନେ ଗ୍ରାମକୁ ଫେରୁଥିବା ବେଳେ ସ୍ଥିତି କ୍ରମେ ଜଟିଳ ହେବ ବୋଲି ସତର୍କ କରାଇବା ସହିତ କୋଭିଡ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ , କର୍ମଚାରୀ ଓ ସ୍ବେଚ୍ଛାସେବୀ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ରାଜ୍ୟରୁ ଫେରୁଥିବା ବ୍ୟକ୍ତି ମାନଙ୍କ କୋଭିଡ ଟେଷ୍ଟ ଓ ହୋମ କ୍ବାରେଣ୍ଟେଇନ କୁ ସୁନିଶ୍ଚିତ କରିବା ସାଙ୍ଗକୁ କୋଭିଡ ନିୟମକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ , ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର , ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here