ଏନଏସଏସ (ପୁରୁଷ ଓ ମହିଳା) ୟୁନିଟର ଦ୍ଵିତୀୟ ଓ ତୃତୀୟ ଦିନର ସ୍ୱତନ୍ତ୍ର ଶିବିର କାର୍ଯ୍ୟକ୍ରମ

0
143

ପୋଲସରା : ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା) ୟୁନିଟ ପକ୍ଷରୁ ମଥୁରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଡିସେମ୍ବର ୨୪ ରେ ଆରମ୍ଭ ହୋଇଯାଇଛି। ଏନଏସଏସ (ଉଭୟ) ୟୁନିଟର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶେକ୍ ଫରିଦ୍ ଙ୍କ ତତ୍ତ୍ୱାବଧାନରେ ଦ୍ଵିତୀୟ ଦିନରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ହାତରେ ପ୍ଲାକାର୍ଡ ଧରି ନାରିଶିକ୍ଷା ସପକ୍ଷରେ ସ୍ଲୋଗାନ ଦେଇ ମଥୁରା ଗ୍ରାମରେ ଜନସଚେତନ ସୃଷ୍ଟି କରିଥିଲେ। ସ୍ୱେଚ୍ଛାସେବୀ ଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତୃତୀୟ ଦିନର କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ବନମାଳୀ ବେହେରା, ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଳ ଓ ପୂର୍ବତନ ପ୍ରୋଗ୍ରାମ ଅଫିସର ଅନିଲ କୁମାର ଦାସ ଶିବିରରେ ଯୋଗଦେଇଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀ ଫରିଦ୍ ଙ୍କ ତତ୍ତ୍ୱାବଧାନ ଓ ସଂଯୋଜନାରେ କାର୍ଯ୍ୟକ୍ରମ ଆଗେଇ ଯାଇଥିଲା। ସାଧନ କର୍ମୀ ଭାବେ ଏନଏସଏସ ର ପୂର୍ବତନ ପ୍ରୋଗ୍ରାମ ଅଫିସର ତଥା ଖୋର୍ଦ୍ଧା ଜିଲ୍ଲା ଯୁବ ରେଡ କ୍ରସ ର ପୂର୍ବତନ ସଂଯୋଜକ, ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ “ନେତୃତ୍ୱ ଗୁଣ ଓ ପ୍ରେରଣା” ବିଷୟ ବସ୍ତୁ ଉପରେ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ତାଲିମ ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here