ରକ୍ତାକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

0
684

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ମୌଳାଭଞ୍ଜା ଗ୍ରାମ ନିକଟସ୍ଥ ଏକ କାଜୁ ତୋଟାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ଯୁବକ ଜଣକ ମାର୍ବଲ ମିସ୍ତ୍ରୀ ଭାବେ ଜଣାଶୁଣା ଥିବାବେଳେ ଘର ସାନଖେମୁଣ୍ଡି ବ୍ଲକ ଛଣମେରୀ ଗ୍ରାମର ଲଳିତ ମୋହନ ରାଉଳ (୨୫) ବୋଲି ପୋଲିସ ଚିହ୍ନଟ କରିପାରିଛି । ଖବରପ୍ରକାରେ , ମୃତ ଯୁବକ ଜଣକ ଗତକାଲି ଠାରୁ ଘରୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିବା ବେଳେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ରହିଥିବା ପରିବାର ଲୋକେ କହିଛନ୍ତି । ଏପଟେ ବିଳମ୍ବିତ ରାତିରେ ପୋଲିସ ମୌଳାଭଞ୍ଜା ଶଙ୍ଖ ଠାରୁ ଅଳ୍ପ ଦୂରରେ ରହିଥିବା ଉକ୍ତ କାଜୁ ତୋଟାରେ ଯୁବକଙ୍କ ମୃତଦେହ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଶବ ଚିହ୍ନଟ ହୋଇଥିଲା । ତେବେ ମୃତଦେହ ନିକଟରେ ଏକ ହୋଣ୍ଡା ସାଇନ୍ ବାଇକ ( ଓଡି ୦୭ ଏଡି ୦୨୦୬) ପଡ଼ି ରହିଥିବା ସହ ମୃତକଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିବା ପରିବାର ଲୋକେ ଏହା ହତ୍ୟା ନା ଆତ୍ମହତ୍ୟା ବିଶ୍ବାସ କରି ପାରୁନାହାନ୍ତି । ଘଟଣାପରେ ପୋଲିସ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଗୁରୁବାର ସକାଳୁ ସାଇଣ୍ଟିଫିକ ଟିମର ଅନୁସନ୍ଧାନ ଏବଂ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here