ଯାତ୍ରୀଙ୍କ ପାଇଁ ବିପଦ ଆଣୁଛନ୍ତି ବୁଲା ଗୋରୁଗାଈ। ମହାନଗର ନିଗମ କର୍ତ୍ତୃପକ୍ଷ ଚୁପ।

0
725

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ସହର ଭିତରେ ବୁଲୁଛନ୍ତି ପଲ ପଲ ଗୋରୁଗାଇ। ଦିନ ହେଉକି ରାତି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଯେଉଁଠି ଛାହିଁଲେ ସେଇଠି ମେଳି ବାନ୍ଦୁଛନ୍ତି ଗୋରୁ । ସହର ଭିତରେ ଏହି ପଶୁଙ୍କ ମେଳି ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛି। ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ନିଗମ କର୍ତ୍ତୃପକ୍ଷ କେବଳ ସହରରେ ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରିବା ସହ ଗୋରୁଗାଈଙ୍କ କାନରେ ମୋହର ଲଗାଇ ଚୁପ ବସିଛନ୍ତି।

ଫଳରେ ବିଏମସି ମୋହର ଥାଇ ଗୋରୁଗାଇଙ୍କ ରାସ୍ତାଘାଟ ଉପରେ ଅବାଧ ବିଚରଣ ସ୍ପଷ୍ଟ ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ଏନେଇ ଲୋକଙ୍କ ଚିନ୍ତା ବଢିଯାଇଛି। ସହରରେ ଗୋରୁଗାଇଙ୍କ ମେଳି ଏକ ନିତିଦିନିଆ ଘଟଣାରେ ପରିଣତ ହୋଇସାରିଛି। ଗୋରୁଗାଈଙ୍କ ମାଲିକ ସେମାନଙ୍କୁ ଖୋଲା ଛାଡ଼ି ଦେଉଥିବାରୁ ସହରରେ ଟ୍ରାଫିକ ସମସ୍ୟା ବଢୁଛି । ରାତିରେ ସମସ୍ୟା ଦ୍ବିଗୁଣିତ ହୋଇଯାଉଛି। ଏଦିଗରେ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡିବା ଜରୁରୀ ହୋଇପଡିଛି।

LEAVE A REPLY

Please enter your comment!
Please enter your name here