ବୋରିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳନ

0
201

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ବାର୍ଷିକୋତ୍ସବ ଏବଂ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡିଶା ଉଦଯାପନୀ ଉତ୍ସବ ପାଳନ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରୁନା ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ଅତିଥି ଭାବେ ମଞ୍ଚାସୀନ ରହିଥିଲେ। ସେହିପରି ଏବିଇଓ ରସାନନ୍ଦ ଘଡେଇ ମୁଖ୍ୟବକ୍ତା , ବିଶ୍ରବା ପାଇକ , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ସଂଯୁକ୍ତା କବି , ନୋଡାଲ ଅଫିସର ଧନୁର୍ଦ୍ଧର ବେହେରା , ମଧୁବନ କ୍ଳଷ୍ଟର ସିଆରସିସି ବାବୁଲାଲ ନାୟକ , ଅଧ୍ୟାପକ ରଞ୍ଜିତ କୁମାର ଗୈାଡ , ଗୋବିନ୍ଦ ଗୈାଡ , ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ଗୈାଡ , ବ୍ରହ୍ମପୁର ଲାୟନସ୍ କ୍ଳବ୍ ସଦସ୍ୟ ପୁଷ୍ପାଞ୍ଜଳୀ ପଢାଲ , ସଙ୍ଗୀତା ବାବୁ , ବିନାୟକ ପଟ୍ଟନାୟକ , ଶ୍ଯାମ ପ୍ରସାଦ ପାଢ଼ୀ , ଡିଲେସୁ ରେଡ୍ଡୀ , ଶିଶିର ଦାସ , ଲକ୍ଷ୍ମୀ ପ୍ରସାଦ ନାୟକ , ଯୋଗ ଗୁରୁ ଡି . ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଶିକ୍ଷକ ମୃତ୍ୟୁଞ୍ଜୟ ଗୈାଡ ଓ ବିଜୟ କୁମାର ଗୈାଡ ମଞ୍ଚ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଲାୟନସ୍ କ୍ଳବ୍ ପକ୍ଷରୁ ସବୁ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ପ୍ରଥମ ସ୍ଥାନ ହାସଲ କରିଥିବା ଦୁଇ ଛାତ୍ରୀଙ୍କୁ ଲାପଟପ୍ ଓ ଡିଜିଟାଲ ଘଣ୍ଟା ପ୍ରଦାନ କରିଥିଲେ । ଏଥିସହ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଆୟୋଜିତ ବିଭିନ୍ନ ବିଭାଗରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅଭିଭାବକ ମାନେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here