ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲର ନବମ ବାର୍ଷିକ କ୍ରୀଡା ପ୍ରତିଯୋଗିତା

0
169

ବୁଗୁଡା :ବୁଗୁଡ଼ାର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ପକ୍ଷରୁ ଦୁଇ ଦିନ ଧରି ନବମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍କୁଲର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ସ୍କୁଲର ଉପଦେଷ୍ଟା ଶିକ୍ଷାବିତ ସୁରେଶ ଚନ୍ଦ୍ର ଦାଶ କ୍ରୀଡା ପତାକା ଉତ୍ତୋଳନ ପରେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଦ୍ଵିତୀୟ ଦିନ ଉଦଯାପନୀ କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ ବାଲଗୋପାଲ ଶତପଥି ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍କୁଲର ନିର୍ଦ୍ଦେଶକ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ଅବସରପ୍ରାପ୍ତ କ୍ରିଡ଼ା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର, କ୍ରିଡ଼ା ଶିକ୍ଷକ ହରପ୍ରସାଦ ନନ୍ଦ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଶ୍ରୀକାନ୍ତ ଖାଡଙ୍ଗା, ପ୍ରଭଞ୍ଜନ ଖଣ୍ଡୁଆଳ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଭଞ୍ଜକିଶୋର ସେଠୀ, ପ୍ରଦୀପ କୁମାର ପ୍ରଧାନ, ବିଷ୍ଣୁ ପ୍ରିୟା ଖାଡଙ୍ଗା, ଲିଫା ଦାସ, ଗୀତାଞ୍ଜଳି ଚୌଧୁରୀ ସମେତ ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here