ପିପୁଲସ କଲେଜ : “ଯୁବ ଓଡିଶା ନବୀନ ଓଡିଶା” ଆନୁକୂଲ୍ୟରେ ସାମାଜିକ କାର୍ଯ୍ୟକ୍ରମ

0
132

ବୁଗୁଡା : “ଯୁବ ଓଡିଶା ନବୀନ ଓଡ଼ିଶା” ଆନୁକୂଲ୍ୟରେ ବୁଗୁଡା ପିପୁଲସ କଲେଜ ପକ୍ଷରୁ ସଚେତନତା ଧର୍ମୀ ସାମାଜିକ କାର୍ଯ୍ୟକ୍ରମ ଡିସେମ୍ବର ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୨ ତାରିଖ ଦିନ ଜଲେଜ ପରିସରରେ ରକ୍ତଦାନ ଶିବିର ଆୟୋଜନ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏଥିସହିତ ହାତ ଧୋଇବା ଓ ଶିଶୁକନ୍ୟା ଅଧିକାର ବିଷୟରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯାଇଥିଲା। ସଚେତନତା ଶୋଭାଯାତ୍ରା ପ୍ରିନ୍ସିପାଲ ହରିକୃଷ୍ଣ ନାୟକଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା। ଅଧ୍ୟାପକ ବିନୋଦ କୁମାର କରଙ୍କ ତତ୍ତ୍ୱାବଧାନରେ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବ୍ୟାନର ଓ ପ୍ଲାକାର୍ଡ ଧରି ବୁଗୁଡା ସହର ସମେତ ବରଡିପଲ୍ଲୀ ଗ୍ରାମ ପରିଭ୍ରମଣ କରି ଲୋକଙ୍କୁ ସଚେତନ କରାଇଥିଲେ। ରକ୍ତଦାନ ଶିବିର, ହାତଧୁଆ ଓ ଶିଶୁକନ୍ୟା ଅଧିକାର ବିଷୟରେ ସଚେତନତା ନେଇ ଛାତ୍ର ଶିବ ଓ ଅଲେଖ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଲୋକନାଥ ବେହେରା, ଓ ଦିନେଶ ଚୌଧୁରୀ ଏବଂ ଅଧ୍ୟାପିକା ସାଧ୍ୟରାଣୀ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ବୁଗୁଡାରେ ପଥପ୍ରାନ୍ତ ସଭାରେ ଜନସାଧାରଣଙ୍କୁ ସଚେତନ କରିବା ସହ ବହୁ ସଂଖ୍ୟାରେ ରକ୍ତଦାନ କରିବା ପାଇଁ ଅନୁରୋଧ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here