ବ୍ରହ୍ମପୁର ଜିଲ୍ଲା ଦାବୀ ଓ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ଉଚ୍ଚ ନ୍ୟାୟାଳୟଙ୍କ ରାୟ କାର୍ଯ୍ୟକାରୀତା ପ୍ରତି ସରକାରଙ୍କ ଉଦାସୀନତା ବିରୁଦ୍ଧରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିବାଦ ସଭା .

0
161

ବ୍ରହ୍ମପୁର ; ବ୍ରହ୍ମପୁର ଜିଲ୍ଲା ଦାବୀ ଓ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ମାନ୍ୟବର ହାଇକୋର୍ଟ ଦେଇଥିବା ରାୟ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ପ୍ରଦର୍ଶନ ବିରୁଦ୍ଧରେ ଶନିବାର ଦିନ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଗାନ୍ଧିନଗର ସ୍ଥିତ ଗାନ୍ଧି ମୂର୍ତି ନିକଟରେ ହୋଇଯାଇଛି। ସରକାର ୨୦୦୮ ମସିହା ଗଜେଟ ନୋଟିଫିକେସନ ଆଧାରରେ ମହାନଗର ନିଗମ ସନ୍ନିକଟ ତଥା ସହର ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ବୃହତ୍ତର ମହାନଗର ନିଗମ ଗଠନ କରିବାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟ କାରୀ ନକରି ବ୍ରହ୍ମପୁର ମହାନଗର ନିଗମକୁ ସାରା ଭାରତ ବର୍ଷରେ ସବୁଠାରୁ କ୍ଷୁଦ୍ର ମହାନଗର ନିଗମ ବନେଇ ବ୍ରହ୍ମପୁର ବାସୀଙ୍କ ପ୍ରତି ଯେଉଁ ଅବହେଳା ଓ ପ୍ରତାରଣା କରିଛନ୍ତି ସେ ନେଇ ଦୀର୍ଘ ବାର ବର୍ଷ ହେଲା ଆନ୍ଦୋଳନ ଓ ପ୍ରତିବାଦ ସହର ତଳି ବାସିନ୍ଦାଙ୍କ ତରଫରୁ ହେଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଏପରିକି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଏନେଇ ସ୍ପଷ୍ଟ ନିର୍ଦ୍ଧେଶ ଥିଲେ ମଧ୍ୟ ତାକୁ ମଧ୍ୟ ସରକାର ଅବମାନନା କରି ଚାଲିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ବଢ଼ି ଚାଲିଛି। ଏଠାରେ ସୂଚନାଯୋଗ୍ୟ ଯେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ଅନ୍ୟ ଅଧିକାରୀ ମାନଙ୍କୁ ବାରମ୍ବାର ଅବଗତ କରାଯାଇଛି । ଏପରିକି ଏନେଇ ଗତ ଅଗଷ୍ଟ ମାସରେ ୫ଟି ସଚିବଙ୍କ ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଗସ୍ତ ସମୟରେ କମିଟି ତରଫରୁ ଏନେଇ ସାକ୍ଷାତ କରାଯାଇ ସହର ତଳି ଅଞ୍ଚଳ ମିଶ୍ରଣ, ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଓ ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକ ପତ୍ର ଗ୍ରହଣ କରି ଏହା ଉପରେ କଣ ପଦକ୍ଷେପ ନିଆଯାଉଛି ଜଣେଇ ଦିଆଯିବ ବୋଲି ତତ୍କାଳୀନ ୫ଟି ସଚିବ ସଭାରେ ଘୋଷଣା କରିଥିଲେ। କିନ୍ତୁ ନା ସରକାର ନା ୫ଟି ସଚିବଙ୍କ ଅଫିସ ପକ୍ଷରୁ କମିଟିକୁ କୌଣସି ସୂଚନା କରାଯାଇ ନାହିଁ। ସେହିଭଳି ସରକାର ୨୦୧୯ରେ ନିର୍ବାଚନ ପୂର୍ବରୁ ଯେତେବଳେ ନୂଆଁ ଜିଲ୍ଲା ଗଠନ କଥା ଚିନ୍ତା କରୁଥିଲେ ସେତେବଳେ ବ୍ରହ୍ମପୁର ଜିଲ୍ଲା ଗଠନ ନେଇ କମିଟି ପକ୍ଷରୁ ସରକାରଙ୍କୁ ଦାବୀ ପତ୍ର ଦିଆଯାଇଥିଲା। ବର୍ତ୍ତମାନ ସରକାର ରାଜନୈତିକ ଚିନ୍ତାଧାରା ଓ ନିର୍ବାଚନ ଭୋଟ ରାଜନୀତିର ବଶବର୍ତ୍ତୀ ହୋଇ ଯେତେବେଳେ ପଦ୍ମପୁର ଜିଲ୍ଲା ଗଠନ କରିବାକୁ ଯାଉଛନ୍ତି ତାହାହେଲେ ଜିଲ୍ଲା ଗଠନର ପ୍ରଥମ ମାପଦଣ୍ଡ ଭୌଗଳିକ ଅବସ୍ଥିତି ଓ ଲୋକସଂଖ୍ୟାର ସାନ୍ଧ୍ରତା ବିଚାରକୁ ନେଲେ ଜିଲ୍ଲା ପାଇଁ ବ୍ରହ୍ମପୁର ଉପଖଣ୍ଡ ପ୍ରଥମରେ ଆସୁଛି । ତେଣୁ ଯେତେବେଳେ ୫ଟି ଅଧକ୍ଷା ବ୍ରହ୍ମପୁର ବିକାଶ କଥା ସମୀକ୍ଷା ପାଇଁ ଆସୁଛନ୍ତି ସେତେବେଳେ ବ୍ରହ୍ମପୁର ବାସୀଙ୍କ ଏହି ବଡ ଦାବୀ ଓ ଆବଶ୍ୟକତାକୁ ଅଣଦେଖା କରିଥିବାରୁ ତାହାର ପ୍ରତିବାଦରେ କମିଟି ତରଫରୁ ଆଜିର ଏହି ଗଣଧାରଣା ଓ ପଥ ପ୍ରାନ୍ତ ସଭା। ଏନିକି ପ୍ରତି ସପ୍ତାହରେ ସହରର ବିଭିନ୍ନ ଜାଗାରେ ପଥ ପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହେବ। ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ସଭାରେ ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ,ସହ ସମ୍ପାଦକ ବି ଭି ସାଗର,, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସଂଯୋଜକ ସି ଏଚ୍ଚ ରାମ କ୍ରିଷ୍ଣା ଦାସ , ଉପ ସଂଯୋଜକ ଅନିଲ ଅଧିକାରୀ, ସହ କୋଷାଧ୍ୟକ୍ଷ ସୁନିଲ ପାତ୍ର ଉପଦେଷ୍ଟା ପ୍ରଫେସର ରଙ୍ଗନାଥ ମିଶ୍ର, ଦିଗାମ୍ବର ସାମନ୍ତରାୟ,ପ୍ରବୀଣ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଣ୍ଡା, ସୁବାଷ ପାତ୍ର, ଉପେନ୍ଦ୍ର ସାହୁ, କବିରାଜ ସାହୁ, ଇ ଟି ରାଓ, ଶ୍ୟାମ ସୁନ୍ଦର ଖାଡଙ୍ଗା, କବିରାଜ ସାହୁ, ଭୁବନେଶ୍ୱର ଜେନା, ଉପେନ୍ଦ୍ର ସାହୁ, ପ୍ରଭାତ କୁମାର ବେହେରା, ସନ୍ତୋଷ କୁମାର ସାହୁ, ପ୍ରତାପ ଚନ୍ଦ୍ର ତ୍ରିପାଠୀ, ବି ସୁଦର୍ଶନ ପାତ୍ର,ଏମ୍ ନାର୍ସୀଙ୍ଗୁଲୁ, ବିନୋଦ ସାବତ,ଡି ଦୀପକ କୁମାର ଦୋରା, ପ୍ରୀତିଶ କୁମାର ପାଣିଗ୍ରାହୀ, ବି ସ୍ଵରାଜ୍ୟ ସୁବୁଦ୍ଧି, କାହୁଁ ଚରଣ ପତି , ଡି ପି ଦାସ, ଜିତେନ୍ଦ୍ର କୁମାର ପାଢ଼ୀ, ସୁବାଷ ଚନ୍ଦ୍ର ମିଶ୍ର, ଭି ନାର୍ଡିଙ୍ଗୁଲି ପାତ୍ର ଓ ସୁଦେଷ୍ଟନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଉଲ୍ଲେଖନୀୟ ବିଷୟ ହେଲା କଂଗ୍ରେସ ନେତା ସମ୍ବୁ ପାଣିଗ୍ରାହୀ ଓ ବିଜେପି ନେତା କାହୁଁ ଚରଣ ପତି ସଭା ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ନିଜ ସମର୍ଥନ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here