ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ୫-ଟି ଅଧ୍ୟକ୍ଷ

0
156

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରକୁ “ଫାଇଭ-ଟି” ଓ “ଆମ ଓଡ଼ିଆ ନବୀନ ଓଡିଶା” ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଡିସେମ୍ବର ୧୭ ତାରିଖ ଦିନ ଗ୍ରସ୍ତ କରିଥିଲେ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜନ ପ୍ରତିନିଧି ଓ ଜନସାଧାରଣ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ଵାଗତ ଜଣାଇଥିଲେ । ଫାଇଭ-ଟି ଅଧ୍ୟକ୍ଷଙ୍କ ସହିତ ପୋଲସରା ବିଧାୟକ ଶ୍ରୀ ସାହୁ ଓ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଞ୍ଚ ଉପରେ ଉପସ୍ଥିତ ଥିଲେ । ଶ୍ରୀ ପାଣ୍ଡିଆନ ମାରଦା ମନ୍ଦିରର ରୂପାନ୍ତରିତ ନିମନ୍ତେ ଦୁଇ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଆବଶ୍ୟକ ପଡିଲେ ଆହୁରି ଅଧିକ ଅନୁଦାନ ଦିଆଯିବ ବୋଲି ଘୋଷଣା କରିଥିଲେ । ମାରଦା ମନ୍ଦିର ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ। ସେ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ବହୁଥର ମାରଦା ମନ୍ଦିରକୁ ଆସିଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରର ସମାନ ଅନୁଭୁତି ଅନୁଭବ ହେଉଥିବା ସେ ପ୍ରକାଶ କରିଥିଲେ। ବର୍ତ୍ତମାନ ମାରଦା ମନ୍ଦିରର ଉନ୍ନତି ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତରେ। ଖୁବ ଶୀଘ୍ର ଗଞ୍ଜାମ ଜିଲ୍ଲାରେ ଲକ୍ଷ୍ମୀ ବସ ଗଡିବ ବୋଲି ସେ ପ୍ରକାଶ କରିଥିଲେ। ମାତ୍ର ପାଞ୍ଚ ଟଙ୍କାରେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯାଇପାରିବେ। ଗ୍ରାମାଞ୍ଚଳରେ ମଧ୍ୟ ସହରାଞ୍ଚଳର ସମସ୍ତ ସୁବିଧା ସମସ୍ତେ ପାଇ ପାରିବେ। ପୋଲସରା ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ସେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଉପସ୍ଥିତ ଥିବା ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କୁ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମୀନାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ପୋଲସରା ବ୍ଲକ୍ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ଦୁଇ ବ୍ଳକର ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା ଓ ମାନସ ରଞ୍ଜନ ପ୍ରଧାନ, ପୋଲସରା ଏନଏସିର ଅଧ୍ୟକ୍ଷା ସଙ୍ଗୀତା ବେହେରା, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପୋଲସରା ଏନଏସିର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ ବୁଗୁଡା ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ଝୁନୂ ଦାସ, ବିକ୍ରମ କୁମାର ନାୟକ, ପ୍ରତିନିଧି ଟୁକୁନା ସ୍ବାଇଁ, ଗଙ୍ଗାପାଣି ଜେନା ଓ ଚାନ୍ଦିନୀ ନାୟକଙ୍କ ସମେତ ସରପଞ୍ଚ, ସମିତି ମେମ୍ବର ଓ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here