କାଳ ବୈଶାଖୀର ବଜ୍ରପାତରେ ଟଳି ପଡିଲେ ରାମଚନ୍ଦ୍ର

0
327

ବେଗୁନିଆପଡା(ନ୍ୟୁଜ ଏକ୍ସଟ୍ରା)ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କଞ୍ଚଣା ଠାରେ ବଜ୍ରପାତରେ ଜଣେ ବ୍ଯକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ଯକ୍ତି ଜଣକ ହେଲେ କଞ୍ଚଣା ଗ୍ରାମର 60 ବର୍ଷୀୟ ରାମଚନ୍ଦ୍ର ଭୁୟାଁ ।ସୋମବାର ଅପରାହ୍ନ 4ଟା ବେଳେ କାଳବୈଶାଖୀର ପ୍ରଭାବ ରେ ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ହୋଇଥିଲା । ଏହି ସମୟରେ ରାମଚନ୍ଦ୍ର କ୍ଷେତରେ କାମ କରୁଥିଲେ |ସେହି ସମୟରେ ବଜ୍ରପାତର ଶିକାର ହୋଇ ଟଳି ପଡ଼ିଥିଲେ ରାମଚନ୍ଦ୍ର । କୋଦଳା ଥାନାରେ ଏନେଇ ସୂଚନା ଦେବା ପରେ କୋଦଳା ଥାନା କେଶ ନଂ 03/21ରେ ଏକ ଅପମୃତ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଦେବାଶିଷ ମହାନ୍ତି |ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି |

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here