ସମ୍ଭାବନା ସାରସ୍ବତ ସାଂସ୍କୃତିକ ପରିଷଦର ମାସିକ ସାହିତ୍ୟ ଆସର

0
305

ଆସିକା(ଜଗନ୍ନାଥ ସାହୁ) ଆସିକା ଚିନିଶିଳ୍ପ ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି ସମ୍ଭାବନା ସାରସ୍ବତ ସାଂସ୍କୃତିକ ପରିଷଦ ପକ୍ଷରୁ ମାସିକ ସାହିତ୍ୟ ଆସର।ଉକ୍ତ ଆସରକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ବ୍ରିଗେଡିୟର ଅଭିମନ୍ୟୁ ରାଉତ।ମୁଖ୍ୟ ଅତିଥି ଭାବେ କବି ଶରତ ଚନ୍ଦ୍ର ପଣ୍ଡା ଯୋଗଦେଇ ସାହିତ୍ୟର ଉନ୍ନତି ନିମନ୍ତେ ସମସ୍ତ ଉପସ୍ଥିତ ସାହିତ୍ୟିକ ମାନଙ୍କୁ ଅବଗତ କରାଇଥିଲେ।କାର୍ଯ୍ୟକ୍ରମଟିକୁ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ସ୍ଥାୟୀ ସଭାପତି ସାହିତ୍ୟିକ ସୁଖେନ୍ଦୁ କୁମାର ଦାଶ।ମୁଖ୍ୟ ବକ୍ତାଭାବେ ଶ୍ରୀ ବି.ଶଙ୍କର ନାରାୟଣ ପାତ୍ର ଯୋଗଦେଇ ସାମ୍ପ୍ରତିକ ସାହିତ୍ୟର ସ୍ଥିତି ଓ ଗତି ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ସମାଜସେବୀ ତଥା ସାହିତ୍ୟିକା ମାହେଶ୍ବରୀ ଦୋରା, ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ରଥ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ କବିତା ଆସର ଅନୁଷ୍ଠିତ ହୋଇଥିଲା।ଉକ୍ତ କବିତା ଆସରକୁ ସଂଯୋଜନା କରିଥିଲେ କବି ପଞ୍ଚାନନ ନାହାକ।୩୦ ଜଣରୁ ଉର୍ଦ୍ଧ କବି ଓ କବୟିତ୍ରି ସ୍ବରଚିତ କବିତା ଆବୃତ୍ତି କରିଥିଲେ।କବି ରତ୍ନାକର ଶୀୟ,ସମାଜସେବୀ ଏ ବ୍ରହ୍ମାନନ୍ଦ ଆଚାରୀ,ଲଡୁକିଶୋର ବିଷୋୟୀ,ବେଣୁଧର ତ୍ରିପାଠୀ,ତ୍ରିନାଥ ସ୍ବାଇଁ,ଲଛମନ ସ୍ବାଇଁ,ବୃନ୍ଦାବନ ବାଡତ୍ୟା,ସନ୍ତୋଷ ପାଣି,କାଳୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here