ସର୍ପାଘାତରେ ମୃତ ପରିବାରକୁ ବିଧାୟିକାଙ୍କ ସହାୟତା ପ୍ରଦାନ

0
776

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି କୋଦଳା ବି ନୂଆଁପଲୀ ଠାରେ ମା ମନାସ ପରିଡା (୩୦) ଓ ୬ ବର୍ଷର ପୁଅ ଆଶିଷ ପରିଡା ବିଶାକ୍ତ ସର୍ପ ଦଂଶନରେ ପ୍ରାଣ ହରାଇଥିବା ବେଳେ ଏହି ଦୁଃଖଦ ଘଟଣାରେ ପରିବାର ଓ ଗାଁ ଲୋକେ ଭାଗିଂ ପଡିଛନ୍ତି। ମୃତ ମହିଳା ମନାସକଂ ସ୍ବାମୀ କାଳୁ ପରିଡା ହତୋତ୍ସାହ ହୋଇପଡ଼ିଥିବା ବେଳେ ତାଙ୍କର ଆଉ ଏକ ୧୨ ବର୍ଷର ପୁଅ କ୍ରିଶ୍ ମା ଓ ଛୋଟ ଭାଇର ମୃତ୍ୟୁ ଘଟଣାକୁ ସୈର୍ଯ୍ୟ କରି ପାରୁନାହିଁ। ଗୋଟିଏ ପଟେ ବର୍ଷା ରୁତୁରେ ସାପ କାମୁଡ଼ାରେ ମୃତ୍ୟୁ ଘଟଣା ବୃଦ୍ଧି ପାଉଥିବା ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏଥିପାଇଁ ଔଷଧ ଓ ଇଂଜେକ୍ସନ ମିଳୁନଥିବାରୁ ଚିନ୍ତା ବୃଦ୍ଧି ପାଇଛି। ଏହି ଘଟଣା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ମଂଗଳବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବି ନୂଆଁପଲୀ ଠାରେ ପହଞ୍ଚି ଉକ୍ତ ପରିବାରକୁ ଭେଟି ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆଗକୁ ଏଭଳି ଘଟଣା ଘଟିଲେ ତାକୁଂ ତୁରନ୍ତ ଅବଗତ କରାଇବା ପାଇଁ କହିଛନ୍ତି ଏବଂ ସେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମା ଓ ପୁଅଙ୍କ ମୃତ୍ୟୁ ଏବେ ଉକ୍ତ ପରିବାରକୁ ଅନ୍ଧକାର ମଧ୍ୟରେ ଠେଲି ଦେଇଥିବା ଯୋଗୁଁ ଉକ୍ତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବଡ଼ ଧରଣର ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here