ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

0
189

ପୋଲସରା: ପୋଲସରା ଓଁ ଚାରିଟେବୁଲ ଟ୍ରଷ୍ଟ , ଲକ୍ଷ୍ମଣପଲ୍ଲୀ ଜନକଲ୍ୟାଣ ଯୁବକ ସଂଘ ଓ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଲକ୍ଷ୍ମଣପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଇ ୦୪ ତାରିଖ ଗୁରୁବାରଦିନ ସକାଳ ୯.୦୦ ଠାରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ସମିତି ସଭ୍ୟା ସରିତା କୁମାରୀ ଦେବି , ଲୁଲୁ ପ୍ରଧାନ, ଓଁ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଦେବେଶ କୁମାର ସାହୁ ଓ ଜନକଲ୍ୟାଣ ଯୁବକ ସଂଘ ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତରେ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଶିବିରରେ ସମସ୍ତ ପ୍ରକାର ଚକ୍ଷୁ ପରୀକ୍ଷା ମାଗଣା କରାଯାଇଥିଲା। ମୋଟ ୮୮ ଜଣ ଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ୫ ଙ୍କୁ ଚସମା ଦିଆଯାଇଥିଲା, ୩୧ ଙ୍କ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇ ୩୦ ଜଣଙ୍କ ସମ୍ପୂର୍ଣ୍ଣ ମାଗଣା ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ୍ ଯାଇଛନ୍ତି। ମୋଟ ୧୧ ଜଣ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରଗଲା ଓ ଫୋଟ ସଂଗ୍ରହ ଓ ୧୦ ଜଣ ଙ୍କର ରେଟୈନା ଚେକଅପ କରଗଲା.
ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ସୁକେଶ ପାଣିଗ୍ରାହୀ, ରଶ୍ମିରେଖା ବେହେରା (ଚିଫ ଅପଟୋମେଟ୍ରିଷ୍ଟ) , ସୁନିତା ଗୌଡ଼, ସତ୍ୟଭାମା, ଲକ୍ଷ୍ମି ପ୍ରିୟା ଦାସ, ମୁକେଶ ପାଣିଗ୍ରାହୀ, ଇ.ସାକିଲି (ଚକ୍ଷୁ ଟେକ୍ନିସିଆନ) ଶିବିର କୁ ପରିଚାଳନା କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here