ବଡ଼ବଜାର ପୋଲିସ ଦ୍ୱାରା ଜୁଆ ଆଡ୍ଡା ଚଢ଼ାଉ, ୨୦,୫୨୦ ଟଙ୍କା ଜବତ ଓ ୬ ଗିରଫ

0
857

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି କୌଣସି ବିଶେଷ ସୂତ୍ରରୁ ଖବର ପାଇ ବଡ଼ବଜାର ପୋଲିସ ସନ୍ଧ୍ୟା ୭ ଘଣ୍ଟା ସମୟରେ ଜନୈକ ବ୍ୟକ୍ତିଙ୍କ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତାଶ ପ୍ୟାକେଟ,୩ଟି ମୋବାଇଲ ଓ ନଗଦ ୨୦୫୨୦ ଟଙ୍କା ଜବତ କରିଛି.। ବଡ଼ବଜାର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତିଙ୍କ ସୂଚନା ଅନୁଯାୟୀ,ଏହି ଜୁଆ ଆଡ୍ଡା ବାଲୁ ରେଡ୍ଡୀ ନାମକ ବ୍ୟକ୍ତିଙ୍କ ଘରେ ଚାଲିଥିଲା ଏବଂ ଗିରଫ ହୋଇଥିବା ୬ ଜଣ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । ସେମାନେ ହେଲେ ଶ୍ରୀମତୀ ଝୁମୁରି ବେହେରା,ଶ୍ରୀମତୀ ରେଣୁ ବେହେରା,ଏସ.ଅଜୁ ରେଡ୍ଡୀ,ଲକ୍ଷ୍ମଣ ବରାଡ,ନୀଳାଞ୍ଚଳ ବେହେରା ଓ ରବି ନାରାୟଣ ଦାଶ । ଏନେଇ ବଡ଼ବଜାର ଥାନାରେ କେଶ ନମ୍ବର ୧୫୬/୧୯ ରୁଜୁ କରି ତଦନ୍ତ ଜାରି ରଖାଯାଇଛି । ଥାନା ଅଧିକାରୀଙ୍କ ଏହି ସାମାଜିକ ହିତ କାର୍ଯ୍ୟ ଆଗକୁ ଆସୁଥିବା ଦଶହରା ପର୍ବର ପବିତ୍ରତା ବଜାୟ ରଖିବା ଉଦ୍ଧେଶ୍ୟରେ ନିଶ୍ଚିତ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here