ଯୁବକର ଝୁଲନ୍ତା ଶବ ଉଦ୍ଧାର

0
549

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବଡ଼ଗୁମୁଡ଼ା ଗ୍ରାମର ଏକ କାଜୁ ଗଛରୁ ଜଣେ ଯୁବକ ର ଝୁଲନ୍ତା ଶବକୁ କୋଡ଼ିଙ୍ଗା ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଏହା ଏକ ପାରିବାରିକ କହଳରୁ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ବଡ଼ଗୁମୁଡ଼ା ଗ୍ରାମର ଏକ କାଜୁ ବାଡ଼ ରୁ ଏକ ଝୁଲନ୍ତା ଶବ କୁ ଦେଖି କିଛି ଲୋକ କୋଡ଼ିଙ୍ଗା ଥାନାକୁ ଖବର ଦେଇଥିଲେ । ଖବର ପାଇ କୋଡ଼ିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ମୃତ ଯୁବକ ଜଣକ ହେଉଛନ୍ତି ସାନଗୁମୁଡ଼ା ଗ୍ରାମର ଡମ୍ବରୁ ମାଝୀ , ବୟସ ୨୩ ବର୍ଷ । ପ୍ରେମ ଘଟଣା କୁ ନେଇ ଯୁବକ ଜଣକ ମାନିସିକ ଭାରସ୍ୟମ ହରାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି । ଏନେଇ କୋଡ଼ିଙ୍ଗା ପୁଲିସ କେସ ନମ୍ବର ୦୭/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡା ପଠାଇ ଘଟଣା ର ଅଧିକ ତଦନ୍ତ ଚଳାଇଥିବା କୋଡ଼ିଙ୍ଗା ଥାନା ଏସ.ଆଇ ପ୍ରଶାନ୍ତ କୁମାର ସେଠି ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here