0
556

ଫାଇଲିନ,ହୁଡୁହୁଡୁ,
ତିତିଲ୍ ହେଉ କି
ଫନି,ମହାବାତ୍ୟା ହେଉ
ଏସବୁ ଆସନ୍ତି ଚାଲି ଯାଆନ୍ତି।
ସମସ୍ତେ ଜାଣନ୍ତି ବାତ୍ୟା ହେଲା …..
ଉଦ୍ଧାର କରାଯାଏ,
ରିଲିଫ୍ ବଣ୍ଟାହୁଏ
କେତେ ଆଡୁ ଲମ୍ବି
ଆସେ ସହାୟତାର ହାତ ….
କିନ୍ତୁ କେତେ କେତେ
ବାତ୍ୟା ମହାବାତ୍ୟା
ବହିଯାଏ ଛାତି ତଳେ
କେହିବି ତାର ଟେର୍ ପାଆନ୍ତିନି
କେତେ ଥର
ହୃଦୟ ଟା ଭାଙ୍ଗି
ଟୁକଡ଼ା ଟୁକଡ଼ା ହୁଏ
ପୁଣି ଯୋଡ଼ିବାକୁ ହୁଏ
ବିନା ସହାୟତାରେ …..
ସମସ୍ତେ ବାହ୍ୟ ଟାକୁ
ଦେଖି ଖୁସି ହୁଅନ୍ତି
ମନ ଭିତରର ଗହନ ର
ବେଦନା କୁ କେହି କଣ
ପଢି ପାରନ୍ତି ?
ବନ୍ଦନା ନାୟକ
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here